ଭୋଟ ଦେବାକୁ ଆସି ଚାଲିଗଲା ଜୀବନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲାଙ୍ଗୀର ବନାରସ୍ ଗାଁରେ ଜଣେ ମହିଳା ଭୋଟ ଦେଵା ପାଇଁ ଜୀବନ ହାରିଲେ । ମୃତକ ଜଣଙ୍କ ହେଉଛନ୍ତି ଗୁଲାପି ମହାକୁର । ସୂଚନା ଥାଉକି, ଲାଇନରେ ଛିଡ଼ା ହୋଇଥିବା ଅଚେତ ହୋଇପଡିଥିଲେ ଗୁଲାପି ।

ତେବେ ତାଙ୍କ ଅବସ୍ଥାରେ ଗୁରୁତର ହେବାରୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଉଥିଲା । ହେଲେ ହସ୍ପିଟାଲ ନେବାବେଳେ ତାଙ୍କର ମୃତ୍ୟ ହେଉଛନ୍ତି । ସଇଁତଲା ବ୍ଲକ ବନାରସ ଗାଁର ୮ ନମ୍ବର ବୁଥରେ ଘଟିଛି ଅଘଟଣ । ସେପଟେ ଗୁଲାପୀଙ୍କ ମୃତ୍ୟୁ ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave a comment