କ୍ୟାପିଟାଲ ହାଇସ୍କୁଲରେ ପିଲାଙ୍କୁ କରୋନା ସଚେତନତା କାରାଇଲେ ଶିକ୍ଷାମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  କରୋନାକୁ ନେଇ ଓଡ଼ିଶାରେ ସତର୍କତା ଗ୍ରହଣ କରାଯାଉଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଭୁବନେଶ୍ୱରର କ୍ୟାପିଟାଲ ହାଇସ୍କୁଲକୁ ଯାଇ ଛାତ୍ରମାନଙ୍କୁ କରୋନା ସଂକ୍ରମଣରୁ ରକ୍ଷା ପାଇବା ନେଇ ସଚେତନ କରିଛନ୍ତି।

ସେହିପରି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି, କରୋନା ପାଇଁ ବିଭିନ୍ନ ସ୍ତରରେ ସଚେତନତା କରାଯାଉଛି। ରାଜ୍ୟକୁ ଆସୁଥିବା ପର୍ଯ୍ୟଟକମାନେ ଗୋଷ୍ଠୀରେ ନ ଯାଇ ଏକୁଟିଆ ଭ୍ରମଣ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

କରୋନା ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୭୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଅନେକ ଆଇସୋଲେସନ୍‌ରେ ରଖାଯାଇଛି। ତେବେ ସ୍ଥିତିକୁ ଦେଖି ଦିଲ୍ଲୀ ସରକାର ଆଜିଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ଓ ସିନେମା ହଲ୍‌କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜନଗହଳୀ ପୂର୍ଣ୍ଣ ସ୍ଥାନକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।

Leave a comment