ଗଣଶିକ୍ଷା ମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଣଶିକ୍ଷା ମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଛାତ୍ରାଛାତ୍ରୀ । ସ୍କୁଲ ପରିସରକୁ ମନ୍ତ୍ରୀ ସମୀର ରଞ୍ଜନ ଦାସ ବୁଲିବାକୁ ଆସିଥିବା ଅବସରରେ ରାକ୍ଷୀ ବାନ୍ଧିଛନ୍ତି ଛାତ୍ରଛାତ୍ରୀ ।ମାଲକାନିଗିର ଜିଲ୍ଲା ଜଗନ୍ନାଥପାଲ୍ଲୀ ଉଚ୍ଚ ବିଦ୍ୟାଳୟର ଘଟଣା ।
ଖବର ଅନୁଯାୟୀ, ମାଲକାନଗିରି ଗସ୍ତରେ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି ରାକ୍ଷୀ ପୁର୍ଣ୍ଣିମା ଅବସରରେ ଜଗନ୍ନାଥପାଲ୍ଲୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ଆଜି ରାକ୍ଷୀ ପୁର୍ଣ୍ଣିମା ରହିଥିବାରୁ ବିଦ୍ୟାଳୟର ଛାତ୍ରୀମାନେ ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବା ସହ ତାଙ୍କ ହାତରେ ରାକ୍ଷୀ ମଧ୍ୟ ବାନ୍ଧିଥିଲେ । ଜିଲ୍ଲାରେ ସର୍ବାଧିକ ରେଜଲ୍ଟ ଦେଉଥିବା ଏହ ବିଦ୍ୟାଳୟକୁ ପରିଦର୍ଶନ କରିବା ସହ ଏହାର ଉନ୍ନତିକରଣ କରିବାକୁ ପ୍ରତିଶୃତି ଦେଇଛନ୍ତି ମନ୍ତ୍ରୀ ।