ଦିଲ୍ଲୀରେ ଭୂକମ୍ପ ଝଟକା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ଦିଲ୍ଲୀରେ ଭୂମିକମ୍ପ ଅନୂଭୁତ ହୋଇଛି । ରିଚର ସ୍କେଲ୍‌ରେ ଭୂମିକମ୍ପର ସାନ୍ଦ୍ରତା ୩.୫ ଥିବା ଜଣାଯାଇଛି । ଭୂକମ୍ପରେ କୈାଣସି କ୍ଷୟ କ୍ଷତି ହୋଇନାହିଁ । ଚଳିତ ଗୋଟିଏ ମାସ ମଧ୍ୟରେ ଦିଲ୍ଲୀରେ ୩ ଥର ଭୂକମ୍ପ ଅନୂଭୁତ ହେଲାଣି । ଭୂକମ୍ପର କେନ୍ଦ୍ର ସ୍ଥଳ ଗତ ଦୁଇ ଥର ଭଳି ସମାନ ସ୍ଥାନରେ ଅନୂଭୁତ ହୋଇଛି । ଏଥର ପ୍ରାୟ ୫ କି.ମି ଗଭୀରତାରେ ଭୂକମ୍ପ ଅନୂଭୁତ ହୋଇଛି ।<ଦେଶର ୫ ଟି ଭୂକମ୍ପ ଯୋନ୍‌ ମଧ୍ୟରେ ଦିଲ୍ଲୀ ଚତୁର୍ଥ ସ୍ଥାନରେ ରହିଛି । ସେହିପରି ଆଜି ଦିଲ୍ଲୀରେ ଝଡ଼ ବର୍ଷା ସହ ବଜ୍ରପାତ ହୋଇଥିବା ଜଣାଯାଇଛି । ଦିଲ୍ଲୀରେ ତାପମାତ୍ରା ଏବେ ୪୦.୯ ଡିଗ୍ରୀ ରହିଛି । ଭୀଷଣ ଗରମକୁ ଭୂକମ୍ପ ଦିଲ୍ଲୀବାସୀଙ୍କ ଭୟଭୀତ କରିଥିବା ବେଳେ ଆଜିର ବର୍ଷା ସାମାନ୍ୟ ଆଶ୍ୱସ୍ଥି ଆଣିଛି ।

Leave a comment