ଏକୁଟିଆ ଦେଖି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କଲେ ପୂଜକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହିଳା ଶ୍ରଦ୍ଧାଳୁକୁ ପୂଜକଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ଥାନାରେ ଏତଲା ପରେ  ପୂଜକ ଗିରଫ ।ଏପରି ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ପାଇକମାଳ ଅଞ୍ଚଳରେ ।

ଆଧ୍ୟାତ୍ମିକ ଭାବନା ନେଇ ଲୋକେ ପୂଜାର୍ଚ୍ଚନା କରିଥାନ୍ତି । ପୂଜକମାନଙ୍କୁ ଶ୍ରଦ୍ଧାଳୁ ଦେବାଦେବୀଙ୍କ ଅତି ନିକଟ ଲୋକ ଭାବେ ସମ୍ମାନ ଦେଇଥାନ୍ତି । ହେଲେ ଜଣେ ପୂଜକ ଜଣେ ମହିଳା ଶ୍ରଦ୍ଧାଳୁଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଭଲି ଘଟଣା ଦେଖିବାକୁ ମିଲିଛି ପାଇକମାଳ ଥାନା ଅଞ୍ଚଳରେ ।

ସୂଚନାନୁସାରେ,  ପାଇକମାଲ ଅଞ୍ଚଳର ଜଣେ ମହିଳା ସହରରେ ଥିବା ଦୁର୍ଗା ମନ୍ଦିରକୁ ପୂଜାର୍ଚ୍ଚନା କରିବା ପାଇଁ ଆସିଥିଲେ । ପୂଜକ ଦିଗାମ୍ବର ଦେବତା ତାଙ୍କ ଭବିଷ୍ୟବାଣୀ କରି ବିଧବା ଯୋଗ  ଅଛି କହିଥିଲେ । ମହିଳା ଜଣଙ୍କ ରିଷ୍ଟ ଖଣ୍ଡନ ପାଇଁ ପୂଜକଙ୍କୁ ଉପାୟ ପଚାରିଥିଲେ । ପୂଜକ ଜଣକ ରାତିରେ ପୂଜା ପାଠ କରି ଡେଉଁରିଆ ପିନ୍ଧିବାକୁ ପଡିବ ବୋଲି ଉପାୟ ଦେଇଥିଲେ ।

ପୂଜକଙ୍କ କଥା ଅନୁସାରେ ମହିଳା ଜଣଙ୍କ ରାତିରେ ମନ୍ଦିରକୁ ଆସି ପୂଜାପାଠ କରି ଏକ ଡେଉଁରିଆ ନେଇ ପୂଜକଙ୍କୁ ୨୫୦୦୦ ଟଙ୍କା ମଧ୍ୟ ଦେଇଥିଲେ । କିନ୍ତୁ ଏହାର ସୁଯୋଗ ନେଇ ପୂଜକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ବୋଲି ମହିଲା ଜଣକ ପାଇକମାଳ ଥାନାରେ ଲିଖିତ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ପାଇକମାଲ ଥାନା ରେ ୧୬୯/୨୦୨୧ ଏକ ମାମଲା ରୁଜୁ କରି ଡାକ୍ତରୀ ମାଇନା କରି ପୂଜକଙ୍କୁ ଜେଲ ପଠା ଯାଇଥିବା ପାଇକମାଳ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave a comment