ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍, ଅଭିଯୁକ୍ତ ଗିରଫ

0

ସୋସିଆଲ ମିଡିଆରେ ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଛାଡିବା ନେଇ ଜଣେ ଯୁବକ ଗିରଫ ହୋଇଛନ୍ତି । ଗିରଫ ଯୁବକ ଘର ଢେଙ୍କାନାଳ ପରଜଙ୍ଗ ଥାନା ଜଟିଆ ଗ୍ରାମର ସରୋଜ କୁମାର ସାହୁ।

ଅଭିଯୁକ୍ତ ସରୋଜ ପୁରୀରେ ଥିବା ତାଙ୍କର ଜଣେ ମହିଳା ବନ୍ଧୁଙ୍କ ଅନ୍ତରଙ୍ଗ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଛାଡିବା ସହ ତାଙ୍କୁ ବ୍ଲାକମେଲ୍ କରୁଥିଲେ । ଏନେଇ ମହିଳା ଜଣଙ୍କ ପୁରୀ ସାଇବର କ୍ରାଇମ୍ ଥାନାରେ ଅଭିଯୋଗ କରିଥିଲେ. ପୋଲିସ ଘଟଣାର ତଦନ୍ତ କରିଥିଲା । ଏହାପରେ ପୋଲିସର ଏକ ଟିମ୍ ଢେଙ୍କାନାଳ ପରଜଙ୍ଗ ଥାନା ଜଟିଆ ଗାଁକୁ ଯାଇ ଅଭିଯୁକ୍ତ ସରୋଜ ସାହୁକୁ ଧରିବା ସହ ସାଇବର କ୍ରାଇମ୍ ଧାରାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଏସପି ମିହିର କୁମାର ପଣ୍ଡା କହିଛନ୍ତି ।

Leave a comment