ଟିପର-ବାଇକ୍ ମଧ୍ୟରେ ଧକ୍କା, ଜଣେ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ଥାନା ତପ୍ତପାଣି ଘାଟିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ପେପର ବୋଝେଇ ଟ୍ରକ ଦୁର୍ଘଟଣାଗସ୍ତ ହୋଇଥିବା ସୂଚନା ମିଳିଛି।
ଟ୍ରକଟି ଗଜପତିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ତପ୍ତପାଣି ଘାଟିରେ ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ଡ୍ରାଇଭର ଓ ହେଲପର ଆହତ ହୋଇଥିବା ସୂଚନା ମିଳିଛି।ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସେହିପରି ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟ ରାସ୍ତା କୁରେଇଶୁଣୀ ମନ୍ଦିର ନିକଟରେ ଏକ ଟିପର ଗୋଟିଏ ମୋଟର ସାଇକେଲକୁ ଧକ୍କା ଦେଇଛି । ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ପଡିଛନ୍ତି।ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୃତକଜଣଙ୍କ ବ୍ରହ୍ମପୁରର ବୋଲି ସୂଚନା ମିଳିଛି ।