ମାତାଲ ହୋଇ ରାସ୍ତାରେ ଗଡିଲେ, ଅସଭ୍ୟ ଭାଷାରେ ଗାଳି କଲେ…

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ୟୁନିଟ-୪ ଅଞ୍ଚଳର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହା ଗତ ଶନିବାର ରାତିର ଦୃଶ୍ୟ । ଏଥିରେ ଜଣେ ବ୍ୟକ୍ତିକୁ ମାତାଲ ହୋଇ ତଳେ ଗଡୁଥିବା ଦେଖିବାକୁ ମିଳୁଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଅନେକ ଲୋକଙ୍କୁ ଅନେକ ସ୍ଥାନରେ ମାତାଲ ଅବସ୍ଥାରେ ସମସ୍ତେ ଦେଖୁଛନ୍ତି । ଏଥିରେ ନୂଆ କ’ଣ ଅଛି । କଥାଟି ହେଲା ବ୍ୟକ୍ତି ଜଣକ ଭଲ ପ୍ୟାଣ୍ଟ-ସାର୍ଟ ପିନ୍ଧିଛନ୍ତି । ତଳେ ଗଡୁଛନ୍ତି । ଜଣେ ବ୍ୟକ୍ତି ମୋବାଇଲରେ ଭିଡ଼ିଓ ସୁଟିଂ କରୁଥିବାରୁ ସେ ତାଙ୍କୁ ଗାଳିଗୁଲଜ କରି ମାରିବାକୁ ଉଦ୍ୟମ କରୁଛନ୍ତି । ଆଉ କିଛି ବ୍ୟକ୍ତି ମଧ୍ୟ ଭିଡ଼ିଓ କରୁଥିବା ଲୋକଙ୍କୁ ପାଟି କରୁଥିବା ଭିଡ଼ିଓରେ ଶୁଣିବାକୁ ମିଳୁଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଭାଇରାଲ ଭିଡ଼ିଓରେ ଯେଉଁ ବ୍ୟକ୍ତି ଜଣକ ୟୁନିଟ-୪ ମଦ ଦୋକାନ କଡରେ ଗଡୁଛନ୍ତି ସେ ଜଣେ ସାଧାରଣ ବ୍ୟକ୍ତି ନୁହଁନ୍ତି । ସେ ସ୍ଥାନୀୟ କର୍ପୋରେଟରଙ୍କ ସ୍ୱାମୀ । ଯଦି ଏହି କଥା ସତ ହୁଏ, ତେବେ ଏହା ଏକ ଲଜ୍ୟାଜନକ ଘଟଣା । ଏହି ଭାଇରାଲ ଭିଡ଼ିଓ ଦେଖିବା ପରେ କର୍ପୋରେଟର ପ୍ରାର୍ଥୀ ଚୟନ କରିଥିବା ବିଧାୟକଙ୍କ ପ୍ରାର୍ଥୀ ଚୟନ ଯୋଗ୍ୟତା ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ପ୍ରକୃତରେ ସେ ପ୍ରାର୍ଥୀଙ୍କ ନିର୍ମଳ ଭାବମୂର୍ତି ଉପରେ ଧ୍ୟାନ ଦେଇଥିଲେତ ? ପ୍ରତକ୍ଷ ନହେଲେବି ପରୋକ୍ଷରେ ଏଭଳି ବ୍ୟକ୍ତି ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛବିକୁ ମଳିନ କରିବାର ମୁଖ୍ୟ କାରଣ ସାଯିବେ । ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ଯେ, ବିଧାୟକ କର୍ପୋରେଟର ପ୍ରାର୍ଥୀ ଚୟନ କେଉଁ ଭଳି କରିଛନ୍ତି ।

କେବଳ ଏହି ଗୋଟିଏ ଘଟଣା ନୁହେଁ, ବରଂ ମଧ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅନେକ ବିବାଦୀୟ ଘଟଣା ସାମ୍ନାକୁ ଆସୁଛି । କିଛି କର୍ପୋରେଟର ଉଠାଦୋକାନୀ ଠାରୁ ଆରମ୍ଭ କରି ଠିକାଦାର ପର୍ଯ୍ୟନ୍ତ ବଟି ଅସୁଲ କରୁଛି । ତ ଆଉ କିଛି ନୂଆ କର୍ପୋରେଟର ବିଏମସି କାମ କରୁଥିବା ଠିକାଦାରଙ୍କ ଠାରୁ ବଟି ଆଦାୟ କରୁଛନ୍ତି । ତାଙ୍କୁ ଏନେଇ ପ୍ରଶ୍ନ କଲେ କହୁଛନ୍ତି ଆମେ କଣ କରିବୁ ବିଧାୟକ ଏବଂ ଦଳୀୟ କାର୍ଯ୍ୟ ପାଇଁ ପାଉଣା ଦରକାର । ଏଭଳି ଅନେକ ଘଟଣା ପରୋକ୍ଷରେ ନବୀନ ସରକାରର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।