କମେଣ୍ଟ ମରାରୁ ଡ଼ବଲ ମର୍ଡର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କମେଣ୍ଟ ମାରିବାକୁ ନେଇ ରେଢାଖୋଲରେ ଡବଲ ମର୍ଡର ହୋଇଛି । ଜୁଜୁମରା ଥାନା ଡଙ୍ଗରପଡା ପଞ୍ଚାୟତଙ୍ଗାରିମାଳ ଗାଁ ଦାଣ୍ଡରେ ୨ ଜଣଙ୍କୁ ଗୋଡାଇହାଣିଲେ ଦୁର୍ବୃତ୍ତ ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ମଦ ପିଇବାକୁ ନେଇ ଗଣ୍ଡଗୋଳ ହୋଇଥିଲା । ପରଦିନ ସକାଳୁ ଉକ୍ତ ଗଣ୍ଡଗୋଳକୁ କେନ୍ଦ୍ରକରି କିଛି ଦୁର୍ବୁତ୍ତ ୫ ଗ୍ରାମବାସୀଙ୍କୁ ପିଟିବା ସହ ହାଣିଦେଇଥିଲେ । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ସମସ୍ତ ମୃତାହତ ଗୋଟିଏ ପରିବାରର । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଜୁଜୁମରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।