ଭୁଲରେ ସୁଦ୍ଧା ଘରେ ଏହି ଦେବା-ଦେବୀଙ୍କୁ ପୂଜା କରନ୍ତୁ ନାହିଁ ହୋଇପାରେ ଅନେକ ସମସ୍ୟା

ହିନ୍ଦୁ ଧର୍ମରେ ପୂଜାପାଠକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଦେବୀ-ଦେବତାଙ୍କୁ ପୂଜା କରିବା ପାଇଁ ପ୍ରତିମା ସ୍ଥାପନା କରାଯାଏ। ମୂର୍ତ୍ତି ପୂଜା କରିବା ପାଇଁ ଶାସ୍ତ୍ରରେ ଅନେକ ପ୍ରକାରର ସତର୍କତା ପରାମର୍ଶ ଦିଆଯାଇଛି। ଏହା ଘର ହେଉ କିମ୍ବା ମନ୍ଦିର। ମୂର୍ତ୍ତି ପୂଜାରେ ଅନେକ ପ୍ରକାରର ନିୟମ ପାଳନ କରିବା ଆବଶ୍ୟକ। ଧାର୍ମିକ ବିଶ୍ୱାସ ଅନୁଯାୟୀ, କେତେକ ଦେବୀ-ଦେବତାଙ୍କର ପ୍ରତିମା ଗୃହରେ ସ୍ଥାପନ କରାଯିବା ଉଚିତ୍ ନୁହେଁ। କିଛି ଲୋକ ଅଜାଣତରେ ଭୁଲ୍ କରିଦିଅନ୍ତି। ଯେଉଁଥିପାଇଁ ସେମାନଙ୍କୁ ଅନେକ ପ୍ରକାରର କ୍ଷତିର ସାମ୍ନା କରିବାକୁ ପଡିଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ମୂର୍ତ୍ତିଗୁଡ଼ିକୁ ଘରେ ରଖିବା ଉଚିତ୍ ନୁହେଁ।
ମା’ କାଳୀ :
ଶାସ୍ତ୍ରରେ ମା’ କାଳୀଙ୍କୁ ଭଗବତୀଙ୍କ ରୁଦ୍ର ରୂପ ବୋଲି ବିବେଚନା କରାଯାଏ। କୁହାଯାଏ ଦାନବଙ୍କ ଆତଙ୍କକୁ ଶାନ୍ତ କରିବା ପାଇଁ ମା କାଳୀ ରୁଦ୍ର ରୂପ ଧାରଣ କରିଥିଲେ। ଯେତେବେଳେ ଭଗବାନ ଶିବ ମା କାଳୀଙ୍କ କ୍ରୋଧକୁ ଶାନ୍ତ କରିଥିଲେ, ସେହି ଦିନଠାରୁ ମନ୍ଦିରରେ ମା କାଳୀଙ୍କ ପ୍ରତିମା ପୂଜା କରାଯାଉଛି। ତେଣୁ, ଘରେ ମା କାଳୀଙ୍କ ମୂର୍ତ୍ତି ରଖନ୍ତୁ ନାହିଁ ।
ବାବା ଭୈରବ :
ଭୈରବ ବାବାଙ୍କ ମୂର୍ତ୍ତି ମଧ୍ୟ ଘରେ ରଖିବା ଉଚିତ ନୁହେଁ। ଧାର୍ମିକ ଗ୍ରନ୍ଥ ଅନୁଯାୟୀ, ଭଗବାନ ଶିବଙ୍କ କ୍ରୋଧରୁ ଭୈରବ ଦେବ ଉତ୍ପନ ହୋଇଥିଲେ। ଏହି କାରଣରୁ ଭଗବାନ ଭୈରବଙ୍କ ପ୍ରତିମାକୁ ପୂଜା କରାଯାଏ ନାହିଁ। ପ୍ରଭୁ ଭୈରବଙ୍କ ମୂର୍ତ୍ତିକୁ ଘରେ ରଖିବା ଦ୍ୱାରା କଳହ ସୃଷ୍ଟି ହୁଏ। ଏଥିସହିତ ଘରୁ ସୁଖ-ଶାନ୍ତି ଚାଲିଯାଏ।
ଶନି ଦେବ :
ଶନି ଦେବଙ୍କର ଉପଯୁକ୍ତ ପୂଜା କରିବା କିଛି କ୍ଷତି କରେ ନାହିଁ। କିନ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ଶନି ଦେବଙ୍କ ପ୍ରତିମା ସ୍ଥାପନ କରିବା ଉଚିତ୍ ନୁହେଁ। ଏହା ବ୍ୟତୀତ କୁହାଯାଇଛି ଯେ ଶନି ଦେବଙ୍କୁ ପୂଜା କରିବା ସମୟରେ ତାଙ୍କ ଆଖିକୁ ଦେଖିବା ଉଚିତ୍ ନୁହେଁ। ଏପରି କରିବା ଦ୍ୱାରା କ୍ଷତି ହୋଇଥାଏ।