ଭୁଲରେ ସକାଳୁ କରନ୍ତୁ ନାହିଁ ଏହି କାର୍ଯ୍ୟ

0

ଶାସ୍ତ୍ର ଅନୁଯାୟୀ ଦିନର ଆରମ୍ଭ ଶୁଭ କାମ ସହ କରିବା ଉଚିତ୍‌ । ମନାଯାଏ ଯେ ସକାଳେ ଉଠିବା ପରେ ଯଦି ଭଲ କାମ କରାଯାଏ, ତେବେ ମନ ଓ ମସ୍ତିସ୍କ ଉପରେ ସକରାତ୍ମକ ପ୍ରଭାବ ପଡ଼ିଥାଏ । ଯେଉଁଥିପାଇଁ ପୁରା ଦିନ ଆପଣଙ୍କୁ କାମ କରିବା ପାଇଁ ପ୍ରଚୁର ଶକ୍ତି ମିଳିଥାଏ । ତେଣୁ ସକାଳୁ ଉଠି ଏପରି ଭୁଲ କରନ୍ତୁ ନାହିଁ । ଆସନ୍ତୁ ଜାଣିବା ସକାଳେ ଉଠିକରି କଣ ନ କରିବା ଦରକାର ।

ସକାଳେ ଉଠିବା ପରେ କ’ଣ ନ ଦେଖିବା ଉଚିତ୍‌ :
– ମାନ୍ୟତା ରହିଛି ଯେ ସକାଳେ ଉଠିବା ପରେ ତୁରନ୍ତ ନିଜର ଚେହେରା ଦେଖିବା ଉଚିତ ନୁହେଁ । ଏମିତି କରିବା ଦ୍ୱାରା ଅଶୁଭ ହୋଇଥାଏ ।

– ସକାଳେ ଉଠିବା ପରେ ଜଙ୍ଗଲି ପଶୁଙ୍କ ଫଟୋ ଦେଖିବା ଉଚିତ ନୁହେଁ । ଏପରି ଦେଖିଲେ ଦିନରେ ବିବାଦ ହେବାର ସମ୍ଭାବନା ବଢ଼ିଯାଇଥାଏ ।

– ସକାଳୁ ଉଠିବା ପରେ ନିଜର ଛାଇ ବି ଦେଖିବା ଉଚିତ୍‌ ନୁହେଁ । କୁହାଯାଏ ନିଜ ଛାଇ ଦେଖିବା ଯୋଗୁ ଅଜ୍ଞାତ ଭୟ, ମାନସିକ ଦୁଶ୍ଚିନ୍ତା ହୋଇଥାଏ । ତେଣୁ ସକାଳୁ ଉଠିବା ପରେ ଏପରି ଭୁଲ କରନ୍ତୁ ନାହିଁ ।

ସକାଳୁ ଉଠିବା ପରେ କଣ କରିବା ଉଚିତ୍‌ :
ସକାଳୁ ଉଠିବା ପରେ ଭଗବାନଙ୍କ ସ୍ମରଣ କରିବା ଉଚିତ୍‌ ଓ ତାଙ୍କୁ ଧନ୍ୟବାଦ ଦେବା ଉଚିତ୍‌ ।

ଏହି ମନ୍ତ୍ର କହିବା ଦ୍ୱାରା ଲକ୍ଷ୍ମୀଜୀଙ୍କ ଆଶିର୍ବାଦ ପ୍ରାପ୍ତ ହୋଇଥାଏ । ମାନ୍ୟତା ରହିଛି କି ହାତ ଅଗ୍ର ଭାଗରେ ମା’ ଲକ୍ଷ୍ମୀ, ମଧ୍ୟ ଭାଗରେ ମା’ ସରସ୍ୱତୀ ଓ ମୂଳ ଭାଗରେ ଭଗବାନ ବିଷ୍ଣୁ ରହିଥାନ୍ତି । ତେଣୁ ସକାଳୁ ଉଠି ହାତକୁ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ରାହୁ କରିଥାନ୍ତି ଅସୁବିଧା
ସକାଳୁ ଉଠି ଏପରି ଭୁଲ କଲେ ରାହୁ ଗ୍ରହ କଷ୍ଟ ଦେଇଥାନ୍ତି । ଯେଉଁ ଲୋକ ସକାଳୁ ଉଠି ନିଶା ଦ୍ରବ୍ୟ ଖାଆନ୍ତି ସେମାନଙ୍କୁ ରାହୁ ଅଶୁଭ ଫଳ ଦେଇଥାନ୍ତି । ଏମାନଙ୍କୁ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡ଼ିଥାଏ ।

Leave a comment