୩ ମାସର ଦରମା ଦାନ କରି ଉଦାହରଣ ସୃଷ୍ଟି କରନ୍ତୁ : ସଞ୍ଜୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ନିଜର ୩ମାସର ଦରମା କରୋନା ମୁକାବିଲା ପାଇଁ ପ୍ରଦାନ କରିଥିଲେ । ଏହାର କିଛି ସମୟ ପରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜେଡ଼ି ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା କହିଛନ୍ତି, ବର୍ତ୍ତମାନର ସବୁଠୁ ଘଡିଶନ୍ଧି ମୁହୂର୍ତ୍ତରେ ସମସ୍ତେ ସହଯୋଗ କରିବା ପାଇଁ ଆଗେଇ ଆସିବା ଦରକାର । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ଅନୁକରଣ କରି ସମସ୍ତ ବିଜେଡି ବିଧାୟକ ଓ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜର ତିନି ମାସର ଦରମା ପ୍ରଦାନ କରି ମୁଖ୍ୟମନ୍ତ୍ରୀଙ୍କ ପରି ଏକ ଉଦାହରଣ ସୃଷ୍ଟି କରନ୍ତୁ । ଆସନ୍ତା ୨୯ ତାରିଖ ମଧ୍ୟରେ ଏହି ଅର୍ଥ ପ୍ରଦାନ କରିବାକୁ ସଞ୍ଜୟ ଅପିଲ କରିଛନ୍ତି ।

ସଞ୍ଜୟ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କର ତିନି ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏଥିପାଇଁ ବିଜେଡ଼ିର ନେତା ଓ କର୍ମୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ । ଏଭଳି ବିପତ୍ତି ସମୟରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଓ ସହଯୋଗର ହାତରେ ହାତ ମିଶାଇ ଓଡ଼ିଶାବାସୀଙ୍କ ନିକଟରେ ଦୃଢ଼ତାର ସହ ଛିଡ଼ା ହେବାକୁ ଶ୍ରୀ ଦାସବର୍ମା ସମସ୍ତଙ୍କୁ ଅପିଲ କରଛନ୍ତି ।

Leave a comment