ଡାକ୍ତରଙ୍କୁ ଆଗୁଆ ୪ ମାସର ଦରମା ଦେବେ ରାଜ୍ୟ ସରକାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମୁକାବିଲା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା। ସବୁ ଡାକ୍ତର, ପାରାମେଡିକାଲ କର୍ମଚାରୀଙ୍କୁ ଆଗୁଆ ୪ ମାସର ଦରମା ଦେବାକୁ ସେ ଘୋଷଣା କରିଛନ୍ତି। ଏପ୍ରିଲ, ମେ’, ଜୁନ, ଜୁଲାଇ ମାସର ଦରମା ଏପ୍ରିଲରେ ମିଳିବ। ଆଗୁଆ ଦରମା ଘୋଷଣା ସହ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଆପଣମାନଙ୍କ ସେବା ଓ ନିଷ୍ଠାପର କାମର ତୁଳନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏ ଦେଶ ସହ ଆମେ ଆପଣମାନଙ୍କ ସହ ରହିଛୁ। ଆମେ ଆପଣମାନଙ୍କ ସହ ରହିଛୁ, ଆପଣମାନେ ସେବା ଜାରି ରଖନ୍ତୁ ବୋଲି ସେ କହିଛନ୍ତି। ଡାକ୍ତର, ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରନ୍ତୁନି ବୋଲି ନବୀନ ଅନୁରୋଧ କରିଛନ୍ତି । ଯେଉଁମାନେ ଖରାପ ବ୍ୟବହାର କରୁଛନ୍ତି ସେମାନଙ୍କୁ ଛଡ଼ାଯିବନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।