ଆପଣ ମଧ୍ୟ ପ୍ରତିଦିନ ଔଷଧ ଖାଉଛନ୍ତି କି ? ତେବେ ଔଷଧ ସେବନ କରିବା ପୂର୍ବରୁ କିଛି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ, ନହେଲେ ଭୋଗିବେ…

ଔଷଧ ଅନେକ ଗୁଡିଏ କେମିକାଲ ର ସମାହାର ରେ ସର୍ବଦା ପ୍ରସ୍ତୁତ ହୋଇଥାଏ l ଯାହାକି ରୋଗକୁ ମୂଳରୁ ଠିକ କରିବା ପାଇଁ ସହାୟକ ହୋଇଥାଏ l ଔଷଧ ଯେତେବେଳେ ମଧ୍ୟ ସେବନ କରୁଛନ୍ତି ଯେ କୌଣସି ରୋଗ ପାଇଁ ବିଶେଷ ଭାବରେ କିଛିଟା କଥାକୁ ଧ୍ୟାନ ରେ ରଖିବା ଜରୁରୀ l ଔଷଧ ଆମେ ସେବନ କରିଥାଉ ରୋଗ ଠାରୁ ଦୁରେଇ ରହିବା ପାଇଁ କିନ୍ତୁ ଏଭଳି ହୋଇ ନଯାଉ ଯେ ଆମେ ଔଷଧ ସେବନ କରି ଅନ୍ୟ କୌଣସି ରୋଗକୁ ଟାଣି ଆଣୁଛୁ l ପ୍ରତ୍ୟେକ ରୋଗର ପ୍ରଭାବ ବିଭିନ୍ନ ଲୋକଙ୍କ ଉପରେ ବିଭିନ୍ନ ପ୍ରକାରର ରହିଥାଏ l
ଆସନ୍ତୁ ଜାଣିବା ଔଷଧ ସେବନ କରିବା ପୂର୍ବରୁ କେଉଁସବୁ କଥାକୁ ଧ୍ୟାନ ରଖିବା ଆବଶ୍ୟକ -:
କଦାପି ଡାକ୍ତରଙ୍କ ବିନା ପରାମର୍ଶ ରେ ଔଷଧ ସେବନ କରନ୍ତୁ ନାହିଁ –
ଆଜିକାଲି ଆମେ ଯେ କୌଣସି ରୋଗ ପାଇଁ ମେଡ଼ିସିନ ଷ୍ଟୋର କୁ ନିଜ ଇଚ୍ଛା ମୁତାବକ କିମ୍ବା ମେଡ଼ିସିନ ଦୋକାନୀ ଙ୍କ ପରାମର୍ଶ ରେ ଔଷଧ ଆଣି ସେବନ କରୁଛୁ l ଯାହାକି ଆଦୌ ଠିକ ନୁହେଁ , ଏହା ଆମକୁ ଅନ୍ୟ ରୋଗ ଦ୍ୱାରା ଆକ୍ରାନ୍ତ କରିପାରେ l ନଚେତ ସେହି ଔଷଧ ପ୍ରଭାବରେ ଆମେ ଶଯ୍ୟାଶାୟୀ ମଧ୍ୟ ହୋଇପାରୁ l ନଚେତ ପଇସା ଖର୍ଚ୍ଚ କଲେ ମଧ୍ୟ ରୋଗରୁ ଉପଶମ ମିଳି ନଥାଏ l ତେଣୁ କଦାପି ଡାକ୍ତରଙ୍କ ବିନା ପରାମର୍ଶ ରେ କୌଣସି ଔଷଧ କଦାପି ସେବନ କରିବା ଉଚିତ ନୁହେଁ ଏହା ଆମେ ସମସ୍ତେ ଜାଣି ରଖିବା ଆବଶ୍ୟକ l
– କେଉଁ ଔଷଧ କିପରି ଖାଇବେ ତାହା ଜାଣିବା ଆବଶ୍ୟକ –
ଅନେକ ଲୋକଙ୍କ ଅଭ୍ୟାସ ରହିଥାଏ ନିଜ ମନ ମୁତାବକ ଔଷଧ ସେବନ କରିବା , ଯେପରିକି ଖାଦ୍ୟ ନଖାଇ ମଧ୍ୟ ଔଷଧ ସେବନ କରନ୍ତି କିମ୍ବା ଖାଇବା ପୂର୍ବରୁ ଯେଉଁ ଔଷଧ ଖାଇବା କଥା ତାହାକୁ ଖାଇବା ପରେ ଖାଇ ଥାଆନ୍ତି l ଯାହାକି ବିଲକୁଲ ଠିକ ନୁହେଁ l ତେଣୁ କେଉଁ ଔଷଧ କିପରି ସେବନ କରିବ ତାହା ଜାଣିବା ଜରୁରୀ l
– ଔଷଧ ସେବନ ପୂର୍ବରୁ ଭଲରେ ଜାଣିବା ଉଚିତ –
ଯେବେ କୌଣସି ଔଷଧ ସେବନ କରୁଛନ୍ତି ତାହା ବିଷୟରେ ଜାଣି ରଖିବା ଆବଶ୍ୟକ l ମେଡ଼ିସିନ ର ଏକ୍ସପlରି ଡେଟ କେବେ ପର୍ଯ୍ୟନ୍ତ ରହିଛି ଓ ତାହା କେଉଁ ସବୁ ରୋଗ ପାଇଁ ଉପଲବ୍ଧ ଅଟେ l ଯଦି ଘରେ କୌଣସି ଔଷଧ ଦୀର୍ଘ ଦିନରୁ ରହିଛି ଏବଂ ତାର ମାନୁଫ୍ୟାକଚରିଂ ଡେଟ ଓ ଏକ୍ସପାରି ଡେଟ ନାହିଁ ତେବେ ତାହାକୁ କଦାପି ସେବନ କରିବା ଠିକ ନୁହେଁ l
– ଆଣ୍ଟି ବାୟୋଟିକ ଔଷଧ ଡାକ୍ତରଙ୍କ ପରାମର୍ଶ ରେ ସେବନ କରନ୍ତୁ –
ଯେବେବି ଆପଣ କୌଣସି ଆଣ୍ଟି ବାୟୋଟିକ ଔଷଧ ସେବନ କରୁଛନ୍ତି ତାହାକୁ ଖାଲି ପେଟରେ ସେବନ କରିବେ ନା ଖାଦ୍ୟ ଖାଇସାରି ସେବନ କରିବେ ସେଥିପ୍ରତି ଜାଣି ରଖିବା ଉଚିତ l ଅନେକ ସମୟରେ ଆଣ୍ଟି ବାୟୋଟିକ ସେବନ ଏସିଡ଼ିଟି ର ମଧ୍ୟ କାରଣ ହୋଇଥାଏ l
– ଲିକୁଇଡ ଔଷଧ ମାପ କରି ସେବନ କରନ୍ତୁ –
ଆମେ ସାଧାରଣ ଭାବରେ କୌଣସି ପାଣି ଔଷଧ ବା ସିରାପ କୁ ସିଧାସଳଖ ବୋତଲ ଖୋଲି ପାଟିରେ ଢାଳି ଦେଇଥାଉ l ଯାହାକି ଠିକ ନୁହେଁ , ଏହା ଅନ୍ୟ ରୋଗର କାରଣ ହୋଇଥାଏ ଓ ଦେହ ପ୍ରତି ହାନିକାରକ ମଧ୍ୟ ଅଟେ l ତେଣୁ କେତେ ମାତ୍ରାରେ ଔଷଧ ଆପଣ ଙ୍କ ଶରୀର ପାଇଁ ଜରୁରୀ ତାହା କେବଳ ଆପଣ ଉଚିତ ମାତ୍ରାରେ ମାପି ସେବନ କରିବା ଆବଶ୍ୟକ l ବୋତଲ ଖୋଲି ସିଧା ସଳଖ ଢାଳି ପିଇବା ଦ୍ୱାରା ମାପ ରେ କମ ବେଶୀ ହୋଇପରେ l
– ଅଧିକ ପେନ କିଲର ସେବନ କରନ୍ତୁ ନାହିଁ –
ସାଧାରଣ ଭାବରେ ଆମେ ଯନ୍ତ୍ରଣାରୁ ଉପଶମ ପାଇଁ ପେନ କିଲର ସେବନ କରିଥାଉ l ଏହା ବେଳେବେଳେ ଖୁବ ଅଧିକ ମାତ୍ରାରେ ସେବନ କରିଥାଉ, ଯାହାକି ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ l ଏହା ଶରୀରକୁ ଭିତର ପାର୍ଶ୍ୱରୁ କ୍ଷତି ଘଟାଇଥାଏ l ତେଣୁ ଡାକ୍ତରଙ୍କ ପରାମର୍ଶ ରେ ପେନ କିଲର ସେବନ କରନ୍ତୁ l
– ଔଷଧ ସେବନ ରେ ରଖନ୍ତୁ ବ୍ୟବଧାନ –
ଯଦି ଆପଣ ଜଣେ ମଲ୍ଟି ଡିଜିଜ ବ୍ୟକ୍ତି ଯେପରିକି ମଧୁମେହ, ରକ୍ତଚାପ ଇତ୍ୟାଦି ଦ୍ୱାରା ପ୍ରଭାବିତ ହୋଇ ଔଷଧ ସେବନ କରୁଛନ୍ତି, ତେବେ ଆପଣ ଜାଣି ରଖିବା ଆବଶ୍ୟକ ଯେ ସେହି ଔଷଧ ଗୁଡିକୁ ସେବନ କରନ୍ତୁ ନାହିଁ ଏକ ସାଙ୍ଗରେ l ପ୍ରତ୍ୟେକ ଔଷଧକୁ ସେବନ କରନ୍ତୁ କିଛି ସମୟ ବ୍ୟବଧାନ ରେ, ଯେପରିକି ୧୦ -୧୫ ମିନିଟ ବ୍ୟବଧାନ ରହିବ ଜରୁରୀ l ନଚେତ ଶରୀର ଉପରେ ଗମ୍ଭୀର ପ୍ରଭାବ ପଡିପାରେ l