ସକାଳୁ ଉଠି କରନ୍ତୁ ଏହି କାର୍ଯ୍ୟ, ଖୁସିରେ କାଟିବ ଜୀବନ, ଜୀବନରେ ଦେଖାଯିବନି କୌଣସି ଅସୁବିଧା

ଗରୁଡ଼ ପୁରାଣ ସନାତନ ହିନ୍ଦୁ ଧର୍ମର ଗୋଟିଏ ଏଭଳି ଗ୍ରନ୍ଥ ଯେଉଁଥିରେ ଜୀବନ ର ସାର ତତ୍ତ୍ଵ କୁ ଦର୍ଷ ଯାଇଛି । ଗରୁଡ଼ ପୁରାଣ ରେ ମୃତ୍ୟୁ ପୂର୍ବର ଓ ମୃତ୍ୟୁ ପରର ଘଟଣା କ୍ରମ ବିଷୟରେ ଦର୍ସା ଯାଇଥାଏ । ଗରୁଡ଼ ପୁରାଣ ହିନ୍ଦୁ ଧର୍ମର ୧୮ ଟି ପୁରାଣ ମାନଙ୍କ ମଧ୍ୟରୁ ଗୋଟିଏ । ଏହି ପୁରାଣ ଅନୁସାରେ ମା ଲକ୍ଷ୍ମୀ ଙ୍କୁ ସନ୍ତୁଷ୍ଟ କରିବା ଦ୍ୱାରା ଶୋଇଥିବା ଭାଗ୍ୟ ମଧ୍ୟ ବଦଳି ଯାଇଥାଏ ।
ଗରୁଡ଼ ପୁରାଣ ଅନୁସାରେ ଏହି କାର୍ଯ୍ୟ କୁ ନିୟମିତ କରନ୍ତୁ :-
-ସକାଳୁ ଉଠିବା ମାତ୍ରକେ ଈଶ୍ୱର ଙ୍କୁ ପ୍ରାର୍ଥନା କରିବା ସହିତ ପ୍ରଣାମ କରନ୍ତୁ । କୁହାଯାଏ ଯେ ଏଭଳି କରିବା ଦ୍ୱାରା ଦିନଟି ଭଲରେ ଅତିବାହିତ ହୋଇଥାଏ । ଏହାଦ୍ବାରା ସମସ୍ତ କାର୍ଯ୍ୟରେ ସଫଳତା ପାଇବେ ଓ ଲକ୍ଷ୍ମୀଙ୍କ କୃପା ଲାଭ କରିବା ।
– ସକାଳ ସହିତ ରାତିରେ ଶୋଇବା ପୂର୍ବରୁ ମଧ୍ୟ ଭଗବାନ ଙ୍କୁ ସ୍ମରଣ ନିଶ୍ଚିନ୍ତ କରନ୍ତୁ । ସାରା ଦିନର କାର୍ଯ୍ୟ ପାଇଁ ଭଗବାନ ଙ୍କୁ ଧନ୍ୟବାଦ୍ ଦିଅନ୍ତୁ ।
– ଶୁଖି ଜୀବନ ପାଇଁ ପିତୃ ପୁରୁଷ ଙ୍କ ଆଶୀର୍ବାଦ ନିହାତି ଆବଶ୍ୟକ । ତେଣୁ ଘରେ ତିଆରି ହେଉଥିବା ପ୍ରଥମ ରୁଟି ଗାଈ କୁ ଓ ଶେଷ ରୁଟି କୁକୁର କୁ ଦିଅନ୍ତୁ । ପିତୃ ପୁରୁଷ ଏହାଦ୍ବାରା ସନ୍ତୁଷ୍ଟ ହୋଇ ଥାଆନ୍ତି ।
-ଘରର ସାତ୍ଵିକ ଭୋଜନ ପ୍ରଥମେ ଭଗବାନ ଙ୍କୁ ଅର୍ପଣ କରନ୍ତୁ । ଏହାଦ୍ବାରା ମା ଅନ୍ନପୂର୍ଣ୍ଣା ଙ୍କ କୃପା ଲାଭ ହେବ ଓ ଜୀବନ ରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ ।
-ନିୟମିତ ଘରେ ତୁଳସୀ ପୂଜନ କରିବା ଆବଶ୍ୟକ । ଏହାଦ୍ବାରା ମା ଲକ୍ଷ୍ମୀ ଙ୍କ ବାସ ହୋଇଥାଏ ଓ ଜୀବନ ସୁଖମୟ ହୋଇଥାଏ ।
-ମାନ୍ୟତା ରହିଛି ଯେ ଯଦି ଗୁରୁଜନ ଙ୍କୁ ଈଶ୍ୱର ଙ୍କ ସ୍ଥାନ ରେ ରଖା ଯାଇଥାଏ , କିନ୍ତୁ ଯେଉଁ ଘରେ ଗୁରୁଜନ ମାନଙ୍କର ଅବମାନନା ହୋଇଥାଏ ସେଠାରେ ଲକ୍ଷ୍ମୀ ବାସ କରନ୍ତି ନାହିଁ ।