ଏହି ସ୍ଥାନରେ ଭୁଲରେ କରନ୍ତୁ ନାହିଁ ଘର ତିଆରି, ନହେଲେ ଘରକୁ ମାଡି ବସିବ ବିପତ୍ତି

ଭାରତୀୟ ଇତିହାସ ରେ ଚାଣକ୍ୟ ଙ୍କୁ ଅର୍ଥଶାସ୍ତ୍ରର ଜନକ ବୋଲି କୁହାଯାଇ ଥାଏ l ତାଙ୍କୁ କୌଟିଲ୍ୟ ବୋଲି ମଧ୍ୟ କହି ଥାଆନ୍ତି l ଚାଣକ୍ୟ ନିଜ ନୀତି ଶାସ୍ତ୍ରରେ ଜୀବନ କୁ ସରଳ ଓ ସମୃଦ୍ଧ କରିବା ପାଇଁ ଅନେକ ଉପାୟ କହିଛନ୍ତି l ଚାଣକ୍ୟ ନିଜ ନୀତି ଶାସ୍ତ୍ରରେ କହିଛନ୍ତି ଘର କରିବା ସମୟରେ କିଛିଟା ବିଶେଷ କଥାକୁ ଧ୍ୟାନ ରଖିବା ଜରୁରୀ l ଯଦି ଧ୍ୟାନ ରଖିବେ ନାହିଁ ତେବେ ଦିନରାତି ଚିନ୍ତାରେ ଗ୍ରାସିତ ରହିବେ ଓ ଉନ୍ନତିରେ ବାଧା ଆସିବ l
ଚାଣକ୍ୟ ନିଜ ଶ୍ଳୋକ ମାଧ୍ୟମରେ କହିଛନ୍ତି ଯେ –
ଚାଣକ୍ୟ ଶ୍ଳୋକ ‘ ଲୋକଯାତ୍ରା ଭୟଂ ଲଜ୍ଜା ଦାକ୍ଷୀଣୀୟଙ୍ଗ ତ୍ୟାଗ ଶୀଳତା , ପଞ୍ଚ ଯତ୍ର ନ ବିଦ୍ୟନ୍ତେ ନ କୁର୍ଯ୍ୟାତତ୍ର ସଙ୍ଗତିମ ଲ “
-ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯେଉଁଠାରେ ଆପଣ ନିଜର ଆହାର ପାଇଁ ଉପାର୍ଜନ କରି ପାରିବେ ନାହିଁ, ସେଭଳି ସ୍ଥାନ ରେ କଦାପି ଘର ତିଆରି କରିବେ ନାହିଁ l ଏଭଳି ସ୍ଥାନରେ ଘର କରିବା ଉଚିତ ଯେଉଁଠି ଜୀବିକା ନିର୍ବାହ କରିବା ପାଇଁ ସୁବିଧା ହେବ l
-ଯେଉଁଠି ଲୋକ ଲାଜ ର ଭୟ ନାହିଁ ସେଭଳି ସ୍ଥାନରେ କଦାପି ଘର କରନ୍ତୁ ନାହିଁ l ତେଣୁ ଘର କରିବା ସେହି ସ୍ଥାନରେ ଉଚିତ ଯେଉଁଠି ସାମାଜିକ ଭାବନା ରହିଥିବ l
-ଘର ସେହି ସ୍ଥାନରେ କରିବା ଉଚିତ ଯେଉଁଠି ପରୋପକାରୀ ଲୋକେ ରହୁଛନ୍ତି l ଯେଉଁ ମାନଙ୍କ ନିକଟରେ ତ୍ୟାଗ କରିବାର ଭାବନା ରହିଥିବ l
– ଏଭଳି ସ୍ଥାନରେ ଘନ କରିବା ଉଚିତ ଯେଉଁଠି କାନୁନ କୁ ଭୟ ନଥିବ, ଅର୍ଥାତ ଜାଗା କୌଣସି ଭୁଲ ଲୋକର ହୋଇ ନଥିବ l
– ଚାଣକ୍ୟ ଙ୍କ ନୀତି ଅନୁସାରେ ଯେଉଁ ସ୍ଥାନକୁ ଈଶ୍ୱର ଙ୍କ ଘଣ୍ଟ ଧ୍ୱନି ଦିନ ରାତି ରେ ଶୁଣିବାକୁ ମିଳିଥାଏ ସେଭଳି ସ୍ଥାନରେ ଘର ତୋଳିବା ଖୁବ ଶୁଭ ହୋଇଥାଏ, ଏହାଦ୍ୱାରା ଜୀବନ ସୁଖମୟ ହୁଏ l