ଡେଙ୍ଗୁ ଏବେ ଏଣ୍ଡେମୀକ ଡିଜିଜ, ଚିନ୍ତିତ ନହେବାକୁ ପରାମର୍ଶ ଦେଲେ ବିଶେଷଜ୍ଞ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଡେଙ୍ଗୁ ନେଇ ଲୋକଙ୍କୁ ବ୍ୟତିବ୍ୟସ୍ତ ନହେବାକୁ ପରାମର୍ଶ ଦଲେ ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଡେଙ୍ଗୁ ଏବେ ଏଣ୍ଡେମୀକ ଡିଜିଜ । ବେଳେ ବେଳେ ଏହା ବାହାରୁଛି । କୌଣସି ଜାଗାରେ ଏକା ସାଙ୍ଗରେ ଅଧିକ କେସ ଆସିନି । ଏପିଡେମୀକ ସ୍ତରକୁ ଆସିଲେ ଚିନ୍ତା ବଢାଇପାରେ । ଟିପିଆର ଅନୁସାରେ ସଂକ୍ରମଣ ବଢୁନି । ଯେଉଁଠି ଅଧିକ ପଜିଟିଭ ଆସୁଛି ସେଠି ଫୋକସ କରାଯାଉଛି ।

ଏହାସହ ତୃତୀୟ ଲହର ନେଇ ସେ ମଧ୍ୟ ପରାମର୍ଶ ଦେଇଛନ୍ତି । ତାଙ୍କ ମତରେ ତୃତୀୟ ଲହର କାଳ୍ପନିକ ଅବସ୍ଥାରେ ଅଛି । ସରକାର ଯେଉଁ ୩ ମାସ ଘର ଘର ବୁଲି ସର୍ଭିଲେନ୍ସ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତାହା ଏବେ ଚାଲୁଅଛି । ଏହା ଭିତରେ ଯାହା ବାହାରୁଛନ୍ତି ତାଙ୍କୁ ଆଇସୋଲେଟ କରାଯିବ ।

Leave a comment