ବିଳମ୍ବରେ କେନ୍ଦ୍ରାପଡାରୁ ଲଢ଼ିବାକୁ ରାଜିହେଲେ ଦିଲ୍ଲୀପ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଳମ୍ବ ହେଉପଛେ ଶେଷରେ କେନ୍ଦ୍ରାପଡାରୁ ଲଢ଼ିବାକୁ ରାଜିହେଲେ ଦିଲ୍ଲୀପ । କିଛିଦିନ ପୂର୍ବରୁ ବିଜେଡି ଦିଲ୍ଲୀପଙ୍କୁ କେନ୍ଦ୍ରାପଡା ଅଫର କରିଥିବା ବେଳେ ଦିଲ୍ଲୀପ କିନ୍ତୁ ନାରାଜ ଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ବିଜେଡି ତରଫରୁ ଦିଲ୍ଲୀପଙ୍କୁ ବୈଜୟନ୍ତ ଙ୍କ ବିପକ୍ଷରେ କେନ୍ଦ୍ରାପଡାରେ ଲଢ଼ିବାକୁ ଅଫର ଦିଆଯାଇଥିଲା । ମାତ୍ର ଦିଲ୍ଲୀପ ରିସ୍କ ଥିବା ସ୍ଥାନରୁ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିନଥିଲେ । ତେଣୁ ଦିଲ୍ଲୀପ ଶନିବାର ସନ୍ଧ୍ୟାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରି ଯାଇଥିଲେ ମଧ୍ୟ ନିଷ୍ପତ୍ତି ନେଇ ପାରୁ ନଥିଲେ । ବିଜେଡି ପକ୍ଷରୁ ତାଙ୍କୁ କେନ୍ଦ୍ରାପଡା ସିଟ ଯଚାଯିବା ସହ ଗତ ରବିବାର ବିଜେଡିରେ ଯୋଗ ଦେବାକୁ ଅନୁରୋଧ କରାଯାଇଥିଲା । ମାତ୍ର ଦିଲ୍ଲୀପ ସୋମବାର ବିଜେଡିରେ ଯୋଗଦେବେ ବୋଲି କହିଥିଲେ । କିନ୍ତୁ ଦିଲ୍ଲୀପ କିପରି ବିଜେଡ଼ି ରେ ଯୋଗାନଦେବେ ସେଥିପାଇଁ ବିଜେପି ଫୁଲଦମ ଲଗାଇଥିଲା । ଦିଲ୍ଲୀପ ଓ ବିଜୟଙ୍କୁ ମନାଇ ଦଳକୁ ଫେରାଇ ଆଣିବାକୁ ଚେଷ୍ଟା ଚଳାଇଥିଲା । ତେଣୁ ନିଷ୍ପତ୍ତି ନେବାରେ ବିଳମ୍ବ ହେଉଥିଲା ଦିଲ୍ଲୀପଙ୍କର । ମାତ୍ର ବିଶେଷ ସୂତ୍ରରୁ ସୂଚନା ମୁତାବକ ଏବେ ଦିଲ୍ଲୀପ କେନ୍ଦ୍ରାପଡାରୁ ଲଢ଼ିବାକୁ ରାଜି ହୋଇଛନ୍ତି ।
ତେବେ ଦେଖିବକୁ ବକିରହିଲା ଦିଲ୍ଲୀପ ରିସ୍କ ନେବା ନିଷ୍ପତ୍ତିରେ କାୟମ ରହୁଛନ୍ତି ନା ପୁଣି ନିଷ୍ପତ୍ତି ବଦଳାଉଛନ୍ତି ।