ଜିତିବା ପାଇଁ ନବୀନଙ୍କ ସରଣରେ ଧର୍ମେନ୍ଦ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା ଲଗାତାର ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ କ୍ରୀଡ଼ା ମହାକୁମ୍ଭ ଆୟୋଜନ କରିଛି । ରାଜଧାନୀ ଭୁବନେଶ୍ବର, ଷ୍ଟିଲ ସିଟି ରାଉରକେଲାରେ ଏହା ଅନୁଷ୍ଠିତ ହେଉଅଛି । ଏହି ପ୍ରତିଯୋଗିତାର ସୁଦୃଢ଼ ପ୍ରଚାର ପ୍ରସାର କରିବା ପାଇଁ ରାଜ୍ୟ ସରକାର ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ନିମନ୍ତ୍ରଣ କରିଥିଲେ । ଏମିତିକି ଏହି କାର୍ଯ୍ୟକ୍ରମ କିପରି ସଫଳ ହୋଇ ପାରିବ ସେନେଇ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ କରାଯାଇଥିଲା । ଆଉ ଏହି ବୈଠକରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ହକି ଏକ ରାଷ୍ଟ୍ରୀୟ ଗୌରବ ତଥା ଜାତୀୟ କ୍ରୀଡ଼ା ହୋଇଥିବାରୁ ଏହାକୁ କେହି ରାଜନୈତିକ ଦୃଷ୍ଟି କୋଣରୁ ଦେଖୁନାହାନ୍ତି । କିନ୍ତୁ ଧର୍ମେନ୍ଦ୍ର ଓ ସମୀରଙ୍କ ଉପସ୍ଥିତି ବିଜେପି ଏବଂ ଧର୍ମେନ୍ଦ୍ର ଙ୍କ ଅସହାୟତକୁ ଦର୍ଶାଉଥିବା ବେଶ ଚର୍ଚ୍ଚା ହେଉଛି । ଏପରିକି ଏହି ଚର୍ଚ୍ଚା ବିଜେପି ଦଳ ଭିତରେ ହେଉଛି, ଯେ ଜେ ପି ନୋଡ଼ା, ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧର୍ମେନ୍ଦ୍ର ଙ୍କୁ ୨୦୨୪ ନିର୍ବାଚନରେ ଯେମିତି ହେଲେ କୌଣସି ଏକ ଲୋକସଭା କ୍ଷେତ୍ର ରୂ ଜିତିକି ଆସିବା ପାଇଁ କହିଛନ୍ତି । ତେଣୁକରି ଧର୍ମେନ୍ଦ୍ର ପ୍ରଧାନ ନିଜ ଜନ୍ମ ମାଟି ଆସୁଥିବା ଢେ଼ଙ୍କାନାଳ ସାଂସଦୀୟ କ୍ଷେତ୍ରରୁ ଜିତିବା ପାଇଁ ଚାହାଁନ୍ତି । ଏହି କ୍ଷେତ୍ର କିଛିବର୍ଷ ହେବ ବିଜେଡି କବଜାରେ ଅଛି । ପୂର୍ବରୁ କଂଗ୍ରେସ ମଧ୍ୟ ଏଠାରେ ଜିତୁଥିଲା । ତେଣୁକରି ଓଡ଼ିଶାରେ ସ୍ଲିପଟ ଭୋଟିଂ ହେଉଥିବାରୁ ଢେଙ୍କାନାଳରେ ନିଜର ଵିଜୟ ସୁନିଶ୍ଚିତ କରିବା ପାଇଁ ଧର୍ମେନ୍ଦ୍ର ବିଜେଡି ସହ ଗୁପ୍ତ ବୁଝାମଣା କରିବେ । ଆଉ ଏଥିପାଇଁ ସେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି ।

ସେହିପରି ମୟୁରଭଞ୍ଜ ରୁ ଦ୍ରୋପତି ମୁର୍ମୁ ରାଷ୍ଟ୍ରପତି ହୋଇଥିବାରୁ ମୟୁରଭଞ୍ଜ ଆସନ ମଧ୍ୟ ବିଜେପି ଜିତିବା ନିହାତି ଜରୁରୀ । ତେଣୁ ଏହି ଦୁଇ ଆସନରେ ବିଜେଡି କୁ ଅପେକ୍ଷାକୃତ କମ ଶକ୍ତିଶାଳୀ ପ୍ରାର୍ଥୀ ଦେବାପାଇଁ ଅନୁରୋଧ କରାଯିବ । ବିଜେଡି ଏହି ଅନୁରୋଧକୁ ରକ୍ଷା କରିବ । ଧର୍ମେନ୍ଦ୍ର ଏବଂ ରାଜ୍ୟ ବିଜେପି ର ଏହି ଅସହାୟତା ବିଜେଡି ପାଇଁ ସୁଯୋଗ ଆଣିଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଙ୍କ ପାଇଁ ଏବଂ ବିରୋଧୀଙ୍କ ରାଜନୈତିକ ଅସ୍ତିତ୍ବ ପାଇଁ କେତେ ଜରୁରୀ ତାହା ଏଥିରୁ ପ୍ରମାଣିତ ହୋଇଛି । ତେଣୁକରି ନବୀନ ଡାକିବା ମାତ୍ରେ ଧର୍ମେନ୍ଦ୍ର ଏବଂ ସମୀର ଦଉଡ଼ି ଯାଇଥିଲେ ସର୍ବଦଳୀୟ ବୈଠକକୁ ।

Leave a comment