ଧନିଆ ପତ୍ର ଦୂର କରିବ ଏହି ୪ଟି ଶାରୀରିକ ସମସ୍ୟା ସ୍ୱାସ୍ଥ୍ୟ By ଓଡିଶା ଫାଷ୍ଟ ବ୍ୟୁରୋ Last updated Jul 31, 2021 0 Share ମନୁଷ୍ୟକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ ସବୁଜ ପନିପରିବା। ଏହାସହ ଶରୀରକୁ କୌଣସି ରୋଗ ଯେପରି ଛୁଇଁ ନ ପାରୁ ସେଥିପାଇଁ ମଧ୍ୟ ଡାକ୍ତରମାନେ ସବୁଜ ପନିପରିବା ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି। ସେଥିମଧ୍ୟରୁ ଗୋଟିଏ ହେଲା ଧନିଆ ପତ୍ର। ଯଦି ଆପଣ ଧନିଆ ପତ୍ରକୁ କଞ୍ଚା ଖାଇବା ପାଇଁ ପସନ୍ଦ କରୁ ନାହାନ୍ତି, ତେବେ ଆପଣ ଏହାକୁ ଅନ୍ୟ ଉପାୟରେ ମଧ୍ୟ ସେବନ କରି ପାରିବେ। ଭିଟାମିନ ‘ଏ’ ଏବଂ ଭିଟାମିନ୍ ‘ସି’ ରେ ଭରପୂର ଥିବା ଧନିଆ ପତ୍ର ଶରୀରର ଅନେକ ସମସ୍ୟାକୁ କିଛି ସମୟ ମଧ୍ୟରେ ଦୂର କରିଥାଏ। ତେବେ ଆସନ୍ତୁ ଜାଣିବା ଧନିଆ ପତ୍ରକୁ ଖାଇବା ଦ୍ୱାରା ଶରୀରର କେଉଁ ସମସ୍ତ ସମସ୍ୟା ଦୂର ହୋଇଥାଏ… ୧. କିଛି ଲୋକଙ୍କର ପାଚନ ପ୍ରକ୍ରିୟାରେ ସମସ୍ୟା ଦେଖା ଯାଇଥାଏ, ଯାହା ଦ୍ୱାରା ଗ୍ୟାସ୍?ର ସମସ୍ୟା ଦେଖା ଯାଇଥାଏ। ଯଦି ପ୍ରତିଦିନ ଏଭଳି ସମସ୍ୟା ଦେଖା ଦେଉଛି ତେବେ ଖାଇବାରେ ଧନିଆ ପତ୍ରକୁ ସାମିଲ କରନ୍ତୁ। ଧନିଆର ପତ୍ର ଖାଇବା ଦ୍ୱାରା ଗ୍ୟାସ୍? ସମସ୍ୟାରୁ ମୁକ୍ତି ମିଳିଥାଏ। Related Posts ଆପୋଲୋ କର୍କଟ କେନ୍ଦ୍ର ବିଶ୍ବ କର୍କଟ ଦିବସ… Feb 5, 2026 ଆଇନ ଛାତ୍ରଛାତ୍ରୀମାନଙ୍କୁ ବିଶ୍ଲେଷଣାତ୍ମକ ଓ… Oct 11, 2025 ୨. ବେଳେ ବେଳେ କାମର ଚାପ ହେତୁ ଲୋକମାନେ ଠିକ୍? ପରିମାଣରେ ପାଣି ପିଇ ପାରନ୍ତି ନାହିଁ, ଯାହା ଫଳରେ ପରିଶ୍ରାରେ ସମସ୍ୟା ଦେଖା ଯାଇଥାଏ। ଏଭଳି ପରିସ୍ଥିତିରେ ଧନିଆ ପତ୍ରକୁ ରାଇତା, ସାଲାଡ଼ ଏବଂ ତରକାରିରେ ପକାଇ ଖାଇଲେ ଏହି ସମସ୍ୟା ଦୂର ହୋଇଥାଏ। ୩. ଏଥିରେ ଭିଟାମିନ ଏ ଏବଂ ଭିଟାମିନ୍? ସି ପ୍ରଚୁର ପରିମାଣରେ ଥିବାରୁ ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ୪. ଆଣ୍ଠୁଗଣ୍ଠିର ସମସ୍ୟା ଦେଖା ଯାଉଥିଲେ ପ୍ରତିଦିନର ଖାଇବାରେ ଏହାକୁ ସାମିଲ କରନ୍ତୁ। ଧନିଆ ପତ୍ର ଉପଲବ୍ଧ ନ ଥିଲେ ଧନିଆ ପାଉଡର ମଧ୍ୟ ଆପଣ ବ୍ୟବହାର କରି ପାରିବେ। ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଆଣ୍ଠୁଗଣ୍ଠିର ସମସ୍ୟା ଦୂର ହୋଇଥାଏ। DhaniaFoodHealth 0 Share FacebookTwitterGoogle+ReddItWhatsAppPinterestEmail