ସିବିଏସଇ ପିଲାଙ୍କୁ ମିଳିଲା ଫୁଲ୍ ମାର୍କ: ଧର୍ମେନ୍ଦ୍ର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ୨୪ ଘଣ୍ଟାରେ ସମସ୍ୟାର ସମାଧାନ ହୋଇଛି। ଏହା ପରେ ପିଲାଙ୍କୁ ମିଳିଛି ଫୁଲ୍ ମାର୍କ। ଏଥିରେ ଉପକୃତ ହୋଇଛନ୍ତି ୨୮୩୧୦ ଛାତ୍ରଛାତ୍ରୀ।
ଭୁଲ୍ ପ୍ରଶ୍ନ ସତ୍ତ୍ଵେ ଉତ୍ତର ଦେବାକୁ ଚେଷ୍ଟା କରିଥିବା ପିଲାଙ୍କୁ ଫୁଲ ମାର୍କ ମିଳିଛି। ବିଶେଷଜ୍ଞ କମିଟିଙ୍କ ରିପୋର୍ଟ ଆଧାରରେ ସିବିଏସସଇ ମାର୍କ ଦେଇଛି। ଭୁଲ୍ ପ୍ରଶ୍ନ ନେଇ ଛାତ୍ର-ଛାତ୍ରୀ ଅଭିଯୋଗ କରିଥିଲେ। ଓଡିଆ ପ୍ରଶ୍ନ ପତ୍ର ଏବଂ ଉତ୍ତରରେ କୌଣସି ସାମଞ୍ଜସ୍ୟ ନଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଗମ୍ଭୀରତାର ସହ ନେଇଥିଲେ। ୨୪ ଘଣ୍ଟା ଭିତରେ ସମାଧାନ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସିବିଏସଇ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲା। ସମାଧାନ ହେବା ପରେ ୨୮୩୧୦ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି।