ଜଳେଶ୍ୱରରୁ ନୁହେଁ ବସ୍ତାରୁ ବିଜେପି ପାଇଁ ଲଢ଼ିବେ ଦେବୀ ଚାନ୍ଦ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ଜଳେଶ୍ବର କଂଗ୍ରେସ ବିଧାୟକ ଦେବୀ ଚାନ୍ଦ କଂଗ୍ରେସ ଛାଡି ସାରିଲେଣି । ଜଳେଶ୍ବରରୁ ସୁଦର୍ଶନ ଦାଶ ଙ୍କୁ କଂଗ୍ରେସ ଟିକଟ ମିଳିବା ନିଶ୍ଚିନ୍ତ ଥିବା ଜାଣି ଦେବୀ ଚାନ୍ଦ ଦଳରୁ ଆଜି ଇସ୍ତଫା ଦେଇଛନ୍ତି । ଏଥିସହିତ ଦଳ ଏକ ବ୍ୟବସାୟିକ ହବ ବା କରପୋରେଟ ହାଉସରେ ପରିଣତ ହୋଇଥିବା ଅଭିଯୋଗ କରିଛନ୍ତି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦେବୀ ଚାନ୍ଦ ଖୁବଶୀଘ୍ର ବିଜେପିରେ ଯୋଗଦେବେ । ସେ ଜଳେଶ୍ୱରରୁ ନଲଢ଼ି ସେ ବସ୍ତାରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ।

ଅପରପକ୍ଷରେ ଦେବୀ ଚାନ୍ଦ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ଥିଲେ । ସେଜଣେ ସଚୋଟ ବିଧାୟକ ଭାବେ ପରିଚିତ । କାରଣ ସେ ବିଧାୟକ ଥାଇ ମଧ୍ୟ ତାଙ୍କ ପାଖରେ କୌଣସି କାର ନାହିଁ ସେ ଏବେ ମଧ୍ୟ ବାଇକ ବ୍ୟବହାର କରୁଛନ୍ତି । ଦେବୀ ଓ ଶ୍ରୀକାନ୍ତ ଜେନାଙ୍କ ସୁସମ୍ପର୍କ ଥିବାରୁ ତାଙ୍କୁ କଂଗ୍ରେସ ଦଳର ଅଣଦେଖା କରାଯାଉଥିବା ଜଳେଶ୍ୱର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

Leave a comment