ଡେଙ୍ଗୁ ସଚେତନତା ରଥ ବୁଲେଇ ଲୋକଙ୍କୁ ସଚେତନ କରୁଛି ଯୁବ ଉତ୍କଳ ଫାଉଣ୍ଡେସନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳରେ ବ୍ୟାପୁଥିବା ଡେଙ୍ଗୁ ରୋଗ ପାଇଁ ଲୋକଙ୍କୁ ସଚେତନ କରିବା ଲାଗି ଅଂଟା ଭିଡିଛନ୍ତି ଯୁବ ଉତ୍କଳ ଫାଉଣ୍ଡେସନର ସଦସ୍ୟମାନେ । ସେମାନେ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ମୋ ଗଳି ମୋ ଦାୟିତ୍ୱ କାର୍ଯ୍ୟକ୍ରମ ଅଧିନରେ ଲୋକମାନଙ୍କୁ ସଚେତନ କରିବା ଲାଗି ଡେଙ୍ଗୁ ସଚେତନତା ରଥ, ପରିବେଶ ସଫେଇ କାର୍ଯ୍ୟକ୍ରମ ଓ ମଶାମରା ଅଭିଯାନ ଆରମ୍ଭ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ଦୀର୍ଘ ୧ମାସ ଧରି ଭୁବନେଶ୍ୱରର ବିଭିନ୍ନ ଅଂଚଳରେ ଚାଲୁ ରହିବ । କିପରି ଡେଙ୍ଗୁରୋଗ ନ ବ୍ୟାପୀବ ସେଥି ପାଇଁ ଲୋକଙ୍କୁ ସଚେତନ କରିବା ପାଇଁ ଏହା ଏକ ପ୍ରୟାସ । ଏହାକୁ ବିଧାୟକ ସୁଶାନ୍ତ ରାଉତ ଉଦଘାଟନ କରିଛନ୍ତି । ନୀଳାଦ୍ରୀ ବିହାର ଇଶାଣେଶ୍ୱର ମନ୍ଦିର (ୱାର୍ଡ-୧୪) ଠାରେ ଉଦଘାଟନ କରିଛନ୍ତି । ଏହି ଅବସରରେ ପୂର୍ବତନ କର୍ପୋରେଟର ଉମାନାଥ ମିଶ୍ର, ସମୀର ପ୍ରଧାନ, ଦେବି ମଲ୍ଲିକ ଓ ଆଦିତ୍ୟ ଦାସ, ମୋ ପରିବାରର ସିଇଓ ଉପସ୍ଥିତ ଥିଲେ ।

Leave a comment