ଭୁବନେଶ୍ୱର ଗଣ୍ଡମୁଣ୍ଡା ବିପିୟୁଟି ଅଫିସ ଚାଲୁ କରିବା ଦାବିରେ ବିକ୍ଷୋଭ, କୁଳପତିଙ୍କ କୁଶପୁଳିକା ଦାହ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଠାରେ ଓଡ଼ିଶା ବିପିୟୁଟି ଛାତ୍ରାସଙ୍ଘ ପକ୍ଷରୁ ବିକ୍ଷୋଭ । ଆଜି ସନ୍ଧ୍ୟା ୬ଟା ସମୟରେ ଶତାଧିକ ବିପିୟୁଟି ଛାତ୍ରଛାତ୍ରୀ ମାଷ୍ଟରକ୍ୟାଣ୍ଟିନ ଠାରେ ମିଳିତ ଭାବେ କୁଳପତିଙ୍କ ବିରୁଦ୍ଧରେ ବିକ୍ଷୋଭ କରିଥିଲେ । ସେମାନଙ୍କ ଦାବିଥିଲା କି, ଆସନ୍ତା ୭ଦିନ ମଧ୍ୟରେ ଭୁବନେଶ୍ୱର ଗଣ୍ଡମୁଣ୍ଡାଠାରେ ଥିବା କ୍ୟାମ୍ପ ଅଫିସକୁ ପୁନର୍ବାର ଚାଲୁ କରାଯାଉ ।

ସୂଚନା ଅନୁଯାୟୀ, ବିପିୟୁଟି ବିଶ୍ୱବିଦ୍ୟାଳୟ ଆରମ୍ଭ ହେବା ଦିନଠାରୁ ଭୁବନେଶ୍ୱର ଗଣ୍ଡମୁଣ୍ଡା ଥରେ ଏକ କ୍ୟାମ୍ପ ଅଫିସ ଥିଲା । ମାତ୍ର କିଛି ବର୍ଷ ପୂର୍ବେ ବିପିୟୁଟି କତ୍ତୃପକ୍ଷ ଉଦ୍ଦେଶ୍ୟ ମୂଳକ ଭାବେ ଏହାକୁ ରାଉରକେଲା ଉଠାଇଦେଇଛନ୍ତି । ସମଗ୍ର ରାଜ୍ୟରେ ବିପିୟୁଟି ୧୫୦ଟି କଲେଜ ଥିବାବେଳେ କେବଳ ଭୁବନେଶ୍ୱର, କଟକ, ପୁରୀ,ବ୍ରହ୍ମପୁର, ଢେଙ୍କାନାଳ, କେନ୍ଦ୍ରାପଡା ଓ ଜଗତସିଂହପୁର ରେ ୭୦ରୁ ଉର୍ଦ୍ଧ କଲେଜ ଅଛି । କୌଣସି ତ୍ରୁଟି କିମ୍ବା ଅସୁବିଧା ହେଲେ ରାଉରକେଲା ଯିବା ସେମାନସଙ୍କ ପକ୍ଷରେ ସମ୍ଭବ ହେଉନାହିଁ । ତେଣୁ ଭୁବନେଶ୍ୱର କ୍ୟାମ୍ପ ଅଫିସ ପୁନର୍ବାର ଖୋଲାଗଲେ ଅନେକ ଛାତ୍ରଛାତ୍ରୀଙ୍କ ଅସୁବିଧା ଦୂର ହୋଇପାରିବ ।

ଏହି ବିକ୍ଷୋଭରେ ଶତାଧିକ ଛାତ୍ରଛାତ୍ରୀଙ୍କ ସହ ବିପିୟୁଟିଛାତ୍ର ସଂଘ ଉପଦେଷ୍ଟା ଇଂ ପାର୍ଥ ସାରଥୀ ମୁଦୁଲି, ମୁଖ୍ୟ ସଂଗଠକ ଶକ୍ତି ପ୍ରସାଦ ରଥ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ମହାନ୍ତି, ସାଇନାରାୟଣ ବେହେରା, ବିପିୟୁଟି ଛାତ୍ର ସଂଘ ରାଜ୍ୟ ସଭାପତି ଅନମୋଲ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment