ଟ୍ରମା କେୟାର ସେଣ୍ଟର ପାଇଁ କ୍ୟାପିଟାଲ ହସ୍ପିଟାଲରୁ ଜବରଦଖଲ ଉଚ୍ଛେଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ କ୍ୟାପିଟାଲ ହସ୍ପିଟାଲରେ ତିଆରି ହେବ ୬ମହଲା ବିଶିଷ୍ଟ ଟ୍ରମା କେୟାର ସେଣ୍ଟର । ଏଥିପାଇଁ ସରକାର ୪୫କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ବିଲ୍ଡିଂ ରେ ସବୁ ଅତ୍ୟାଧୁନିକ ଟ୍ରମା ଚିକିତ୍ସା ସୁବିଧା ରହିବ । ଏଠାରେ ବେଡ଼, ଓଟି ଓ ଆଇସିୟୁର ମଧ୍ୟ ସୁବିଧା ରହିବ ।
ଏଥିପାଇଁ ପ୍ରଶାସନିକ ଅନୁମୋଦନ ମିଳିସାରିଛି । ଗତକାଲି ବିଏମସି, ବିଡିଏ ଓ କମିଶନରେଟ ପୋଲିସର ମିଳିତ ଟିମ କ୍ୟାପିଟାଲ ହସ୍ପିଟାଲପି ପରିସରରୁ ଜବରଦଖଲ ଉଚ୍ଛେଦ କରିବାକୁ ପହଞ୍ଚି ଥିଲେ । ସେଠାରେ ଥିବା ୭ଟି କ୍ୟାବିନ ଓ ୬ଟି ଫାଷ୍ଟ ଫୁଡ଼ ଦୋକାନକୁ ଉଚ୍ଛେଦ କରିଛି ।
ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ସେବା ଓ ଆଶୀର୍ବାଦ ମେଡ଼ିସିନ ଷ୍ଟର କୋଟରୁ ରହିତାଦେଶ ପାଇଥିବା ବେଳେ ଏହାର ମଧ୍ଯ କିଛିଅଂଶ ଉଚ୍ଛେଦ କରାଯାଇଛି । ଏହି ଉଚ୍ଛେଦ ସମ୍ୱନ୍ଧରେ ସେବା ମେଡ଼ିସିନ ଷ୍ଟୋର ର ମାଲିକ ଶ୍ରୀଯୁକ୍ତ ପ୍ରଗତି ରଞ୍ଜନ ମହାନ୍ତି କହିଛନ୍ତି, ସରକାରଙ୍କ ଦ୍ୱାରା ତିଆରି ହେବାକୁ ଥିବା ଟ୍ରମା କେୟାର ସେଣ୍ଟର ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ମତେ ସ୍ବର୍ଗତ ବିଜୁ ପଟ୍ଟନାୟକ ଅନ ଇମପ୍ଲଏଡ଼ କୋଟାରେ ୧୯୯୪ ରେ ହସ୍ପିଟାଲରେ ମେଡ଼ିସିନ ଷ୍ଟୋର କାରିବାକୁ ଅନୁମତି ପ୍ରଦାନ କରିଥିଲେ । ମାନ୍ୟବର କୋଟ ମତେ ରହିତାଦେଶ ଦେଇଛନ୍ତି । ତଥାପି ମୋ ମେଡ଼ିସିନ ଷ୍ଟୋରର କିଛିଅଂଶ ଭାଙ୍ଗି ଦିଆଯାଇଛି ।