‘ମେହେବୁବାଙ୍କୁ ସବୁବେଳେ ଜେଲରେ ରଖ’

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜମ୍ମୁ କଶ୍ମୀରରେ ଡେମୋକ୍ରାଟିକ ପାର୍ଟି ମୁଖ୍ୟ ମେହେବୁବା ମୁଫତିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଜୋର ଧରିଛି। ମେହେବୁବାଙ୍କ ପାକିସ୍ତାନ ସପକ୍ଷ ମନ୍ତବ୍ୟକୁ ବିରୋଧ କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଡୋଗ୍ରା ଫ୍ରଣ୍ଟ୍ ଷ୍ଟେଜର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଅଂଶୀଦାର ଅଟେ। ତେଣୁ ଏ ବାବଦରେ ସରକାର ପାକିସ୍ତାନ ସହ ଆଲୋଚନା କରିବା ଉଚିତ୍ ବୋଲି ଗୁପକର ବୈଠକରେ ମହେବୁବା ମୁଫତି ମତ ପ୍ରକାଶ କରିଥିଲେ। ଏହାକୁ ନେଇ ଆଜି ଡୋଗ୍ରା ଫ୍ରଣ୍ଟ୍ ଷ୍ଟେଜର ସଦସ୍ୟମାନେ ଜମ୍ମୁରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହ ମେହେବୁବାଙ୍କୁ ସବୁବେଳେ ଜେଲରେ ରଖିବା ଉଚିତ୍ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି।