ପ୍ରଳୟଙ୍କାରୀ ବନ୍ୟା ଧ୍ୱଂସ କରିଦେଲା କେରଳକୁ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେରଳ ପ୍ରଳୟଙ୍କାରୀ ଦ୍ୱାରା ଏତେ ମାତ୍ରା ରେ ପ୍ରଭାବିତ ହୋଇଛି ଯାହାକି ତାର ଅସ୍ତିତ୍ତ୍ୱ କୁ ଦୋହଲାଇ ଦେଇଛି । ଯେଉଁଠି ଦେଖିବ ସବୁକିଛି ବନ୍ୟା ର କରାଳ ଗର୍ଭ ରେ ଲୀନ ହୋଇଯାଇଛି । ବିଗତ ଶହେ ବର୍ଷ ମଧ୍ୟରେ ଏଭଳି ବନ୍ୟା କେବେହେଲେ କେରଳ ବାସୀ ଦେଖିନଥିବେ । ରାଜ୍ୟର ୧୪ଟି ଜିଲ୍ଲା ମଧ୍ୟରୁ ୧୩ଟି ଜିଲ୍ଲା ଏବେବି ପାଣି ଘେରରେ । ସରକାରୀ ସୂଚନା ଅନୁଯାୟୀ ୩୫୦ ଲୋକଙ୍କ ଜୀବନ ହାନି ଘଟିଛି । ଅନେକ ଲୋକ ମାଟି ତଳେ ଦବି ରହିଥିବା ଅନୁମାନ କରାଯାଉଛି । ଯାହାଦ୍ୱାରା ମୃତ୍ୟୁସଂଖ୍ୟା ବଢ଼ବାର ମଧ୍ୟ ସମ୍ଭାବନା ରହିଛି ।


ଖାଦ୍ୟ ଓ ପାଣି ପାଇଁ ଲୋକେ ବିକଳ ହୋଇ ସାହାଯ୍ୟ ଭିକ୍ଷା କରୁଛନ୍ତି । ଔଷଧର ମଧ୍ୟ ଘୋର ଅଭାବ ଦେଖାଦେଇଛି । କାହିଁକି ନା ବର୍ତ୍ତମାନ ମାଡ଼ ଲକ୍ଷ ଲକ୍ଷ ଲୋକ ପାଣିଘେରରେ ଫସି ରହିଛନ୍ତି । କାହାର ଘର ଭାଙ୍ଗି ଯାଇଛି ତ କିଏ ନିଜ ଘର ଛାତ ଉପରେ ଆଶ୍ରୟ ନେଇଛି । ରାସ୍ତା ଘାଟ ଧୋଇହୋଇ ଯାଇଛି, ଟ୍ରେନ ଲାଇନ ସମ୍ପୂର୍ଣ ରୂପେ ପାଣିରେ ବୁଡ଼ିରହିଛି । ସେହିପରି ବିମାନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ରାଜ୍ୟର ପ୍ରାୟ ଅଞ୍ଚଳ ଅନ୍ଧାରରେ ରହିଛି ।

Leave a comment