ଦିଲ୍ଲୀରେ ପୁଣି ଗଣଆତ୍ମହତ୍ୟା, ଗୋଟିଏ ପରିବାରରେ 5 ମୃତ

0

ଓଡିଶା ଫାଷ୍ଟ( ବ୍ୟୁରୋ):ଉତ୍ତର-ପୂର୍ବ ଦିଲ୍ଲୀର ଭଜନପୁରାଠାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଗୋଟାଏ ପରିବାରର 5 ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ 3 ଜଣ ଶିଶୁ ଥିବା ଜଣାପଡ଼ିଛି। ଭଜନପୁରାର ଏକଘର ଭିତରୁ ଏହି 5 ଜଣଙ୍କ ମୃତଶରୀର ମିଳିଛି। ବୁଧବାର ପୁଲିସ୍‌ ମୃତକଙ୍କ ବାସଭବନରୁ ସେମାନଙ୍କ ମରଶରୀର ଉଦ୍ଧାର କରିଛି। ସମସ୍ତେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ବୁଧବାର ପ୍ରାୟ 11.30 ସମୟରେ ଭଜନପୁରାର କିଛି ବାସିନ୍ଦା ଏକ ଘର ଭିତରୁ ପଚା ଗନ୍ଧ ଆସୁଥିବା ପୁଲିସକୁ ଜଣାଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଘର ଭିତରୁ ପଚି ଯାଇଥିବା ମୃଦଦେହ ଉଦ୍ଧାର କରିଥିଲା। ପୁଲିସ୍‌ ଘଟଣାର ତଦନ୍ତ କରି ଜାଣିବାକୁ ପାଇଛି ଯେ ମୃତକମାନେ ହେଉଛନ୍ତି ପତି-ପତ୍ନୀ ଓ ସେମାନଙ୍କର 3 ସନ୍ତାନ । ମୃତକ ଶମ୍ଭୁ କୁମାର ହେଉଛନ୍ତି ଜଣେ ଅଟୋ ଚାଳକ ଓ ତାଙ୍କ ପତ୍ନୀଙ୍କ ନାମ ସୁନିତା। ସେମାନଙ୍କର 12 ବର୍ଷ, 16 ବର୍ଷ ଓ 18ବର୍ଷ ବୟସର 3 ପିଲାଙ୍କର ମୃଦଦେହ ମଧ୍ୟ ଉଦ୍ଧାର ହୋଇଛି। ଶମ୍ବୁଙ୍କ ସହ ତାଙ୍କ ପତ୍ନୀ ଓ 3 ପିଲାଙ୍କ ମୃତଦେହ ତାଙ୍କ ଘରୁ ପୁଲିସ୍‌ ଉଦ୍ଧାର କରିବା ପରେ ସେମାନଙ୍କର ମୃତ୍ୟୁ 4 ଦିନ ତଳୁ ଘଟିଛି ବୋଲି ସୂଚନା ଦେଇଛି।

Leave a comment