କରେନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଦିଲ୍ଲୀର ୬ ଡାକ୍ତର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ଭାଇରସରୁ ବାଦ୍ ପଡ଼ିନାହାନ୍ତି ଡାକ୍ତର ଓ ନର୍ସ। ଦିଲ୍ଲୀ ରାମମନୋହର ହସ୍ପିଟାଲ (ଆରଏମଏଲ)ର ୬ ଜଣ ଡାକ୍ତର ଓ ୪ ଜଣ ନର୍ସ ଏବେ ଏକାନ୍ତବାସରେ ରହିଛନ୍ତି। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବେଳେ ଏହି ଡାକ୍ତର ଓ ନର୍ସ ଆସିଥିଲେ। ତେଣୁ ଏ ସମସ୍ତଙ୍କୁ ଏକାନ୍ତବାସରେ ରଖାଯାଇଛି। ହସ୍ପିଟାଲ ତରଫରୁ ଏବାବଦରେ ସୂଚନା ଦିଆଯାଇଛି।
ଅନ୍ୟପଟେ ଦିଲ୍ଲୀରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ୨୯ ମାର୍ଚ୍ଚରେ ଏକା ସାଙ୍ଗରେ ୨୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାସହିତ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨ରେ ପହଞ୍ଚିଛି। ୨ ଜଣଙ୍କର ମୃତ୍ୟୁ ଘଟିଛି।