ଦିଲ୍ଲୀ ଉପରାଜ୍ୟପାଳ ଇସ୍ତଫା ଦେଲେ

ନୂଆଦିଲ୍ଲୀ : ଦିଲ୍ଲୀ ଉପରାଜ୍ୟପାଳ Anil Baijal ନିଜ ପଦରୁ ଇସ୍ତଫା ଦେଇଛନ୍ତି । କ୍ଷମତାସୀନ ଆପ୍ ସରକାରଙ୍କ ସହ ତାଙ୍କର ବିବାଦ ଚାଲିଥିଲା। ଏହି କାରଣ ପାଇଁ ଆଜି ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଥିବା ଚର୍ଚ୍ଚା ହୋଇଛି । ହେଲେ ସେ ବ୍ୟକ୍ତିଗତ କାରଣରୁ ଏପରି ପଦକ୍ଷେପ ନେଇଥିବା ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ।
ଅନୀଲ ବୈଜଲ ଦିଲ୍ଲୀର ୨୧ତମ ଉପ ରାଜ୍ୟପାଳ ଭାବେ ୨୦୧୬ ମସିହା ଡିସେମ୍ବର ୩୧ରେ ଦାୟିତ୍ୱ ନେଇଥିଲେ। ଏହାପୂର୍ବରୁ ଉପ ରାଜ୍ୟପାଳ ଭାବେ ନଜୀବ ଜଙ୍ଗ ହଠାତ୍ ନିଜ ପଦରୁ ଇସ୍ତଫା ଦେବାରୁ ବୈଜଲଙ୍କୁ ଦାୟିତ୍ୱ ମିଳିଥିଲା। କିନ୍ତୁ ସେ ମଧ୍ୟ ଇସ୍ତଫା ଦେଇଛନ୍ତି।