ଅନଲକ୍‌-୭ ଗାଇଡଲାଇନ୍‌ ଜାରି କଲେ ସରକାର

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଅନଲକ୍‌ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଲାଣି । ଦିଲ୍ଲୀ ସରକାର ଅନଲକ୍‌-୭ର ଗାଇଡଲାଇନ୍‌ ଜାରି କରିଛନ୍ତି । ଏହି ଗାଇଡଲାଇନରେ ଅନେକ କଟକଣା ହଟିଛି । ଗାଇଡଲାଇନ ଅନୁଯାୟୀ ଦିଲ୍ଲୀ ପୋଲିସ, ସେନା ଟ୍ରେନିଂ କିମ୍ବା ଅନ୍ୟ କୌଣସି ସଂସ୍ଥାର ଟ୍ରେନିଂ ଉପରେ ରୋକ୍‌ ଲାଗିବ ନାହିଁ । ଆକାଡେମିକ ଗ୍ୟାଦରିଂ ବା ଶିକ୍ଷାନୁଷ୍ଠାନରେ କାର୍ଯ୍ୟକ୍ରମ ଆୟୋଜନକୁ ଅନୁମତି ମିଳିଛି । ଏଥିରେ ସ୍କୁଲ-କଲେଜର କୌଣସି କାର୍ଯ୍ୟକ୍ରମ ଆଦି ହୋଇପାରିବ । ସ୍କୁଲ-କଲେଜର ଅଡିଟୋରିୟମ ଶିକ୍ଷା ସମ୍ବନ୍ଧୀୟ ଟ୍ରେନିଂ କିମ୍ବା ବୈଠକ ପାଇଁ ୫୦ ପ୍ରତିଶତ କ୍ଷମତାରେ ଖୋଲିପାରିବ । ବର୍ତ୍ତମାନ ଦିଲ୍ଲୀରେ ୧୦୦ରୁ କମ ମାମଲା ରହୁଛି ।

Leave a comment