ମ୍ୟାଜିକ୍ ଧକ୍କାରେ ଛାତ୍ର ମୃତ 

0

ଓଡ଼ିଶା ଫାଷ୍ଟ ଜଗତସିଂହପୁର (ମନୋଜ ସାହୁ ) : ରାସ୍ତା ପାର ହେଲା ବେଳେ ଟାଟା ମ୍ୟାଜିକ୍ ଧକ୍କାରେ ଛାତ୍ର ମୃତ।ଆଜି ସକାଳେ ଜଗତସିଂହପୁର ର ହାଜିପୁର ଶେଖ୍ ଶିରାଜଙ୍କ ୧୧ ବର୍ଷର ପୁଅ ଶେଖ ସଲିମ ଟିଉସନ ଯାଉଥିବା ବେଳେ ରାସ୍ତା ପାର ହେଉଥିଲା । ଏହି ସମୟ ରେ ହାଜିପୁର ଛକ ଆଡକୁ ଯାଉଥିବା ମ୍ୟାଜିକ୍ ଭ୍ୟାନ ସଲିମ କୁ ପଛପଟୁ ଧକ୍କା ଦେବାରୁ ସଲିମ ଦୁରକୁ ଛିଟିକି ପଡିଥିଲା। ଯାହାଫଳରେ ସଲିମ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ତାକୁ ବିରିଡି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା । ସେଠାରେ ସଲିମର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ ଡାକ୍ତର ଖାନାକୁ ନିଆଯିବା ବାଟରେ ତାଙ୍କର ମୃତ୍ୟୁ ହୋଇ ଥିଲା। ଛାତ୍ର ମୃତ୍ୟୁ ପାଇଁ କ୍ଷତି ପୂରଣ ଦାବି ରେ ସ୍ଥାନୀୟ ଲୋକେ ସଲିମର ମୄତ ଶରୀର ରଖି ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଦେବାକୁ ଦାବି କରିଥିଲେ । ଖବର ପାଇ ତହସିଲଦାର ଓ ପୁଲିସ  ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ କରିଥିବା ଲୋକଙ୍କୁ ବୁଝା ସୁଝା କରିବା ପରେ ଜାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା

Leave a comment