ବଜ୍ରପାତରେ ମା’ ଝିଅଙ୍କ ମୃତ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଜମ୍ବୁ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ସୋମବାର ନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ ବଜ୍ରପାତ ଘଟି ମା’ଝିଅଙ୍କ ମୃତ୍ୟୁ ଘଟିଛି। ସକାଳେ ମାଛ ଧରିବା ପାଇଁ ଗୋଟିଏ ପରିବାର ୪ ଜଣ ଡଙ୍ଗା ଯୋଗେ ଜମ୍ବୁ ନଦୀ କୂଳରୁ ହୁକଟୋଲାକୁ ଯାଉଥିଲେ। ଏହି ସମୟରେ ବଜ୍ରପାତ ହେବା ଯୋଗୁ ଘଟଣାସ୍ଥଳରେ ଦିପାଲିଙ୍କର ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ମା’ ପାଣ୍ଟି ମଣ୍ଡଳ, ନାତି ତାରକା ଓ ତାଙ୍କ ଭାଉଜ ଦାସୀ ମଣ୍ଡଳ ଗୁରୁତର ହୋଇଥିଲେ। କିଛି ସମୟ ପରେ ପାଣ୍ଟି ମଣ୍ଡଳଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ସେହିପରି ବଜ୍ରପାତ ଯୋଗୁ ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ବିଭୂତିପୁର ଗ୍ରାମରେ ଆଉ ଏକ ଅଘଟଣ ଘଟିଛି। ବଜ୍ରପାତ ଘଟି ଗ୍ରାମର କୈଳାସ ଚନ୍ଦ୍ର ସାହୁଙ୍କ ଘରର ଛାତ ଫାଟି ଯାଇଥିବା ବେଳେ ଟିଭି ଓ ଇକ୍ଟ୍ରେି ସାମଗ୍ରୀ ସମେତ ଆସବାବପତ୍ର ପୋଡି ଯାଇଛି। ଏଥିରେ କୈଳାସଙ୍କ ସ୍ତ୍ରୀ ସଞ୍ଜୁ ଓ ଝିଅ ଲୋପାମୁଦ୍ରା ଗୁରୁତର ହୋଇଛନ୍ତି। ତାଙ୍କ ମୁହଁ ଓ ଦେହରେ ଗଭୀର କ୍ଷତ ହୋଇଥିବା ବେଳେ ଉଭୟଙ୍କୁ କାକଟପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Leave a comment