ଧାନ ଡୋଲି ଓଲଟିପଡ଼ି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଥାନା ଅନ୍ତର୍ଗତ ବାହିଆବାରଦଣ୍ଡା ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ-ସ୍ତ୍ରୀ ରାତିରେ ଘରେ ଶୋଇଥିବା ସମୟରେ ସେହିଘରେ ଥିବା ଧାନ ଡୋଲି ଓଲଟି ପଡ଼ିଥିଲା ଏହା ଫଳରେ ଡୋଲି ତଳେ ଚାପିହୋଇ ରହିଥିଲେ ସ୍ବାମୀ ମାଗୁଆ ହୋ ଓ ସ୍ତ୍ରୀ ଜୀନା। ଗତକାଲି ରାତି ୧୨ଟା ସମୟରେ ଏହି ଅଘଟଣ ଘଟିଥିଲା।
ପରିବାର ଲୋକେ ଓ ପଡ଼ୋଶୀଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ସ୍ତ୍ରୀ ଜୀନାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଜୀନାଙ୍କ ବୟସ ୩୨ ବର୍ଷ ବୋଲି କୁହାଯାଇଛି। ଅପରପକ୍ଷରେ ଗୁରୁତର ସ୍ବାମୀ ଏବେ ବି ଚିକିତ୍ସିତ ହେଉଛନ୍ତି।