୩ ଦିନ ହେଲା ମାଆ ମୃତଦେହ ପାଖରେ ବସିଛି ଶିଶୁକନ୍ୟା

0

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ୩ ଦିନ ହେଲା ମାଆର ମୃତଦେହ ସହ ରହୁଛି ଏକ ଶିଶୁକନ୍ୟା । ଯିଏ ଏ ହୃଦୟ ବିଦାରକ ଦୃଶ୍ୟ ଦେଖୁଛି ଆଖି ଛଳଛଳ ହୋଇଯାଉଛି ।

ଘଟଣା ବଲାଙ୍ଗୀର ସାଗରପଡ଼ାର ଶିବ ମନ୍ଦିର ନିକଟର । ଏଠାରେ ରହୁଥିବା ଜଣେ ମହିଳାଙ୍କୁ ସାହି ପଡିଶା ୩ ଦିନ ହେଲା ଦେଖିବାକୁ ପାଇ ନଥିଲେ । ଆଜି ମହିଳାଙ୍କ ଶୁଶୁକନ୍ୟା ଆସି ପାଖ ପଡୋଶୀଙ୍କୁ ଡାକି ଥିଲେ । ପଡୋଶୀ ଯାଇ ଦେଖିବା ପରେ ମହିଳା ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଥିଲା ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ୩ ଦିନ ହେଲା ମହିଳାଙ୍କ ମୃତ୍ୟୁ ଘଟି ସାରିଥିଲେ ବି ପାଖ ପଡୋଶୀ ଏ ସମ୍ପର୍କରେ ଜାଣି ପାରି ନଥିଲେ । ପିଲାଟି ମଧ୍ୟ ମାଆର ମୃତଦେହ ସହ ୩ ଦିନ ହେଲା ଘରେ ରହୁଥିଲେ ।

ଘଟଣା ଜଣାପଡ଼ିବା ପରେ ପଡୋଶୀ ପୋଲିସକୁ ଖବର ଦେଇଥିଲେ ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।

Leave a comment