କାଠଯୋଡ଼ିକୁ ଡେଇଁ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ତ୍ରିଶୂଳିଆ ବ୍ରିଜରୁ କାଠଯୋଡ଼ିକୁ ଡେଇଁ ନିଖୋଜ ଥିବା ଯୁବକଙ୍କ ଉଦ୍ଧାର ହେଲା ମୃତଦେହ । ଯୁବକ ଜଣକ ବ୍ରିଜ ଉପରେ ବାଇକ ରଖି କାଠଯୋଡ଼ିକୁ ଡେଇଁ ପଡିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ବାରଙ୍ଗ ପୋଲିସ, ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଚଳାଇଥିଲେ । ଦୀର୍ଘ ୧୨ ଘଣ୍ଟା ପରେ ଆଜି ଯୁବକର ମୃତଦେହ ଉଦ୍ଧାର ହୋଇଛି ।

ସୂଚନା ଅନୁଯାୟୀ, ଗତକାଲି କାଠଯୋଡି ବ୍ରିଜ ଉପରେ ଦେବବ୍ରତ ମାଝି(୩୫) ନାମକ ଏକ ଯୁବକ ଜଣକ ପ୍ରଥମେ ନିଜର ବାଇକ, ହେଲମେଟ ଓ ମୋବାଇଲ ରଖି ନଦୀକୁ ଡେଇଁ ପଡିଥିଲେ । ମୃତ ଦେବବ୍ରତଙ୍କ ଘର ଭୁବନେଶ୍ୱର ଗାଡକଣରେ ବୋଲି ଜଣାପଡିଛି ।

ସେହିପରି କିଛି ଦିନ ତଳେ ନିଆଳି ଅଞ୍ଚଳର ଦେବବ୍ରତ ସ୍ତ୍ରୀ ଓ ପୁଅକୁ ପୋଲ ଉପରେ ଛାଡି ସେମାନଙ୍କ ସାମନାରେ କାଠଯୋଡ଼ି ନଦୀ ଭିତରକୁ ଡେଇଁପଡିଥିଲେ । ଡେଇଁବାର ୭ ଦିନ ପରେ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିଲା ।

Leave a comment