ଭୁବନେଶ୍ୱର ଇସ୍କନ ମନ୍ଦିର ପରିସରରୁ ମୃତଦେହ ଉଦ୍ଧାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳ ସ୍ଥିତ ଇସ୍କନ ମନ୍ଦିର ପରିସରରୁ ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ନାଁ ବାବୁ ସାହୁ ସେ ମନ୍ଦିରରେ ସୁଇପର ଭାବେ କାର୍ଯ୍ୟ କରୁଥିଲେ ।

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଶେରଗଡ଼ର ବାବୁ ସାହୁଙ୍କ ମୃତଦେହ ଆଜି ସକାଳେ ଇସ୍କନ ମନ୍ଦିର ପରିସରରେ ଥିବା ଏକ ପାଇଖାନାରୁ ଝୁଲନ୍ତା ଅବସ୍ଥାରେ ଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଆସି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଚଳାଇଛନ୍ତି ।

Leave a comment