ସୂର୍ଯ୍ୟଙ୍କ ଉପରେ ଦାମଙ୍କ କୋପବର୍ଷା

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡିରୁ ବହିଷ୍କାର ପୂର୍ବରୁ ଦାମ ଓ ବିଷ୍ଣୁଙ୍କ କଳି ରାଜନୈତିକ ମହଲର ଉଷ୍ମତା ବଢ଼ାଇ ରଖିଥିଲା । ଯାହାକି ଦାମଙ୍କ ବିଜେଡିରୁ ବହିଷ୍କାର ପରେ ଟିକେ ଥମିଯାଇଛି । ମାତ୍ର ଆଜି ବିଧାନସଭାରେ ଏକ ନୂତନ କଳି ଦେଖିବାକୁ ମିଳିଛି । ସେ ହେଉଛି ଦାମ ଓ ସୂର୍ଯ୍ୟ ପାତ୍ରଙ୍କ କଳି ।

ଆଜି ସୂର୍ଯ୍ୟ ପାତ୍ର ଦାମଙ୍କୁ ଦୁର୍ନୀତି ଗ୍ରସ୍ତ କହିବା ସହିତ ଦମଙ୍କର ଗ୍ୟାଙ୍ଗଷ୍ଟାର ଟିଟୋ ସହ ଲିଙ୍କ ଥିବା ଅଭିଯୋଗ କରିଛନ୍ତି । ଏହାସହ ସୂର୍ଯ୍ୟ କହିଛନ୍ତି ଦାମ ନିଜ ପୁଅ ଓ ଜ୍ବାଇଁଙ୍କ କମ୍ପାନୀ ରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଅଭିଯୋଗ କରିଥିଲେ ।

ସେହିପରି ଏହାର ପ୍ରତିଉତ୍ତରରେ ଦାମ ସୂର୍ଯ୍ୟ ପାତ୍ରଙ୍କ ଉପରେ କ୍ଷୁବ୍ଧ ହୋଇ କହିଥିଲେ କି ସୂର୍ଯ୍ୟ ପାତ୍ର ଜଣେ ନୀତିହୀନ, ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ ଲୋକ । ପଇସା ପାଇଁ ସୂର୍ଯ୍ୟ ଓ ତାଙ୍କ ପୁଅ କିଛିବି କରିପାରିବେ । ଏଇଟା ପଚାସଢା ଲୋକଟା ଭଲ ଲୋକ କେଉଁଦିନ ହେଲା ବୋଲି ପ୍ରଶ୍ନ କରିଛନ୍ତି ଦାମ । ଏହାସହ ସେ କାହା ବିରୁଦ୍ଧରେ ଲାଗିନାହାନ୍ତି ସମସ୍ତେ ତାଙ୍କ ପଛରେ ଲାଗିଛନ୍ତି ବୋଲି ମଧ୍ୟ ଦାମ କହିଛନ୍ତି ।

Leave a comment