ଓଡିଶା ବଜାରରେ ପ୍ରବେଶ କଲା ଡାଲ୍‌ମିଆ ଇଭି ଇ-ସାଇକେଲ୍‌, ଇ-ବାଇକ୍‌, ଇ-ସ୍କୁଟର୍‌, ଇ-ରିକ୍ସା ଓ ଇ-କାର୍ଗୋର ଅଭିନବ ରେଞ୍ଜ୍‌

0

ନୂଆଦିଲ୍ଲୀ(ଓଡିଶା ଫାଷ୍ଟ ବ୍ୟୁରୋ): ଭାରତର ଅଗ୍ରଣୀ ବ୍ୟବସାୟିକ ପ୍ରତିଷ୍ଠାନ ଡାଲ୍‌ମିଆ ଗ୍ରୁପ୍ ଅଫ୍ କମ୍ପାନୀଜ୍‌ର ଇଲେକ୍‌ଟ୍ରିକ୍ ଯାନ ଶାଖା ଡାଲ୍‌ମିଆ ଇଲେକ୍‌ଟ୍ରିକ୍ ଭେଇକିଲ୍ ପ୍ରାଇଭେଟ୍ ଲିମିଟେଡ୍ ଏହାର ନୂଆ ଅଭିନବ ଶୃଙ୍ଖଳାର ଇ-ବାଇକ୍‌, ଇସ୍କୁଟର ଓ ଇ-ରିକ୍ସାର ଲଂଚ୍ ସହିତ ଓଡିଶାରେ ଇଲେକ୍‌ଟ୍ରିକ୍ ଯାନ ବଜାରରେ ପ୍ରବେଶ କରିଛି ।

ଡାଲ୍‌ମିଆ ଇଭି ପକ୍ଷରୁ ଡାଲ୍‌ମିଆ ସାଇବର୍ଗ ବ୍ରାଣ୍ଡ ରେଞ୍ଜ୍ ଅଧିନରେ ଗୋଟିଏ ଇ-ବାଇକ୍ ବିମର୍‌, ୫ଟି ଇ-ସ୍କୁଟର୍ ହାଇ-ସ୍ପିଡ୍ ସ୍କାଏହକ୍‌, ଇସ୍କାଉଟ୍‌, ମ୍ୟାକ୍‌ଫ୍ଲାଏ, ଇୱନ୍ ଓ ମ୍ୟାକ୍‌ଏୟାର ଏବଂ ଇ-ସାଇକେଲ୍ ଆଇ ସ୍ପାର୍କକୁ ଉନ୍ମୋଚନ କରାଯାଇଛି । କମ୍ପାନୀ ପକ୍ଷରୁ ଗୋଟିଏ ଯାତ୍ରୀବାହୀ ଯାନ ଇ-ରିସ୍କା ଇ୨୦ ସୁପର ଏବଂ ଏକ ମାଲ୍‌ବାହୀ ଯାନ ଇ-ରିସ୍କା ଛୋଟା ଭୀମ୍‌କୁ ଡାଲ୍‌ମିଆ ନ୍ୟୁଅନ୍ ବ୍ରାଣ୍ଡ ରେଞ୍ଜ ଅଧିନରେ ଓଡିଶାର ଦ୍ରୁତ ଅଭିବୃଦ୍ଧିଶୀଳ ଇ-ଯାନ ବଜାର ପାଇଁ ଳଂଚ୍ କରାଯାଇଛି ।

ଏହି ଉନ୍ମୋଚନ ଅବସରରେ ଡାଲ୍‌ମିଆ ଇଲେକ୍‌ଟ୍ରିକ୍ ଭେଇକିଲ୍ ପ୍ରାଇଭେଟ୍ ଲିମିଟେଡ୍‌ର ସିଇଓ ବିକାଶ ଆନନ୍ଦ କହିଛନ୍ତି, ‘ଡାଲ୍‌ମିଆ ଗ୍ରୁପ୍‌ର ଇଲେକ୍‌ଟ୍ରିକ୍ ମୋବିଲିଟି କମ୍ପାନୀ ଡାଲ୍‌ମିଆ ଇଭି ଭବିଷ୍ୟତକୁ ଆଗକୁ ଆଣିଛି । ଆଜି ଆମେ ଡାଲ୍‌ମିଆ ନ୍ୟୁଅନ୍ ଇ୨୦ ସୁପର୍ ଓ ଏକ ଇ-ଲୋଡର୍ ଡାଲ୍‌ମିଆ ନ୍ୟୁଅନ୍ ଛୋଟା ଭୀମ୍ ନାମକ ଇ-ରିକ୍ସାର ଶୁଭାରମ୍ଭ କରିଛୁ । ୪୫କିମି/ଘଂଟାର ସର୍ବାଧିକ ବେଗ ସହିତ ଏକ ସିଙ୍ଗଲ୍ ଚାର୍ଜରେ ୧୦୦ କିମି କଭର୍ କରିବାର କ୍ଷମତା ରଖୁଥିବା ଡାଲ୍‌ମିଆ ନ୍ୟୁଅନ୍‌ର ଯାନଗୁଡିକ ଉତ୍କୃଷ୍ଟମାନର ସୁରକ୍ଷା ଓ ଆରାମ ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ଜିରୋ-ନଏଜ୍ ଓ ଜିରୋ-ପଲ୍ୟୁଶନ ବିଶିଷ୍ଟ ଯାନ ଓଡିଶାର ସହର ଓ ଗ୍ରାମଗୁଡିକ ପାଇଁ ଏକ ଉପଯୁକ୍ତ ଶେଷ ଦୂରତା ପରିବହନ ବିକଳ୍ପ ଅଟେ ।’

ସେ ଆହୁରି ମଧ୍ୟ କହିଛନ୍ତି, ‘ଆମେ ଓଡିଶା ବଜାର ପାଇଁ ଡାଲ୍‌ମିଆ ସାଇବର୍ଗ ବ୍ରାଣ୍ଡ ଅଧିନରେ ଆମର ନୂତନ ଓ ବୈଷୟିକ ଦୃଷ୍ଟିରୁ ଅତ୍ୟାଧୁନିକ ପ୍ରଦୂଷଣ-ମୁକ୍ତ ଦୁଇଚକିଆ ଯାନଗୁଡିକୁ ମଧ୍ୟ ଉନ୍ମୋଚନ କରିଛୁ । ଆକର୍ଷଣୀୟ ଏରୋଡାଇନାମିକ୍ ମସଲ୍ ଲୁକ୍ ସହିତ ଆମର ଇ-ବାଇକ୍ ବିମର୍‌କୁ ଆଧୁନ୍‌ିକ ବାଇକ୍ ପ୍ରେମୀଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହା ୮୫ କିମି/ଘଂଟାର ସର୍ବାଧିକ ବେଗ ସହିତ ୧୬୦ କିମିର ରେଞ୍ଜ ସହ ଆସୁଛି ଏବଂ ଏହା ୩.୫ କିଲୋୱାଟ୍ ଲିଥିୟମ ବ୍ୟାଟେରୀରେ ସୁସଜ୍ଜିତ ରହିଛି । ଡାଲ୍‌ମିଆ ସାଇବର୍ଗ ସ୍କୁଟର୍ ରେଞ୍ଜ ଏସ୍‌କାଉଟ୍‌, ମ୍ୟାକ୍‌ଫ୍ଲାଏ, ଇୱନ୍ ଓ ମ୍ୟାକ୍ ଏୟାର ସମେତ ହାଇ-ସ୍ପିଡ୍ ସ୍କୁଟି ସ୍କାଏହକ୍ ଓ ଆଇ-ସ୍ପାର୍କ ଇ-ସାଇକେଲ୍ ରେଞ୍ଜ ଷ୍ଟେଟ୍‌-ଅଫ୍‌-ଦ-ଆର୍ଟ ଟେକ୍ନୋଲୋଜି ସହିତ ଉତ୍କୃଷ୍ଟତମ ଇଲେକ୍‌ଟ୍ରିକ୍ ଯାନ ଅଟେ ଯାହା ଯାତାୟତକୁ ଆରାମଦାୟକ, ସୁରକ୍ଷିତ, ସୁଲଭ ଓ ପରିବେଶ ଅନୁକୂଳ କରୁଛି । ଆମେ ମଧ୍ୟ ଇକମର୍ସ ଶିଳ୍ପର ଆବଶ୍ୟକତାକୁ ପୂରଣ କରିବା ପାଇଁ ଗୋଟିଏ କାର୍ଗୋ ଟୁ-ହ୍ୱିଲର୍ ଇଷ୍ଟାଇଲ୍‌ର ଶୁଭାରମ୍ଭ କରିଛୁ ।’

ସେହିପରି ଓଡିଶା ପାଇଁ ଡାଲ୍‌ମିଆ ଇଭିର ବିଜ୍‌ନେସ୍ ପାର୍ଟନର୍ ଜଗ୍‌ଦିଶ ଟେକ୍ନୋ ପ୍ରାଇଭେଟ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଜଗଦିଶ୍ ସାମଲ କହିଛନ୍ତି, ‘ଭାରତର ଅନ୍ୟତମ ପ୍ରତିଷ୍ଠିତ ଓ ପୁରାତନ ବ୍ରାଣ୍ଡର ଏକ ସହଯୋଗୀ ହେବା ମୋ ପାଇଁ ଖୁସିର ବିଷୟ ଅଟେ । ଓଡିଶା ହେଉଛି ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଇ-ଭେଇକିଲ୍ ମାର୍କେଟ୍ ଏବଂ ଆମର ଲକ୍ଷ୍ୟ ହେଉଛି ଡାଲ୍‌ମିଆ ଇିଭି ସହିତ ଆମର ବିଶ୍ୱସ୍ତରୀୟ ଉତ୍ପାଦ ସହିତ ଇ-ଯାନର ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ।’

ଡାଲ୍‌ମିଆ ଇଭି ଓଡିଶାରେ ଏହାର ବିତରଣ ନେଟ୍‌ୱର୍କକୁ ସୁଦୃଢ କରିବା ପାଇଁ ଚାହୁଁଛି । ବର୍ତମାନ ଡାଲ୍‌ମିଆ ଇଭି ନିକଟରେ ଏହାର ଇଲେକ୍‌ଟ୍ରିକ୍ ଯାନଗୁଡିକର ବିକ୍ରି ପାଇଁ ୧୬ଟି ଏକ୍ସକ୍ଲୁସିଭ୍ ଶୋ’ରୁମ୍ ରହିଛି ଏବଂ ଏହାର ବିକ୍ରି ଓ ବିତରଣ ନେଟ୍‌ୱର୍କକୁ ବିସ୍ତାର କରିବା ପାଇଁ ଖୁବ୍‌ଶୀଘ୍ର ଏହା ରାଜ୍ୟର ସମସ୍ତ ପ୍ରମୁଖ ସ୍ଥାନଗୁଡିକରେ ପହଂଚିବ । ଡାଲ୍‌ମିଆ ଗ୍ରୁପ୍ ଅଫ୍ କମ୍ପାନୀଜ୍‌ର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ ଡାଲ୍‌ମିଆ କହିଛନ୍ତି, ‘ଡାଲ୍‌ମିଆ ଗ୍ରୁପ୍‌ର ବିଶ୍ୱବ୍ୟାପୀ ଅନେକ ସେଗ୍‌ମେଂଟ୍‌ରେ ଦଶନ୍ଧିରୁ ଉର୍ଦ୍ଧ୍ୱ ଅଭିଜ୍ଞତା ଓ ବଜାର ନେତୃତ୍ୱ ଉପସ୍ଥିତି ରହିଛି । ଏହି ଉତ୍ପାଦଗୁଡିକ ସହିତ ଆମେ ବର୍ତମାନ ଭାରତୀୟ ବଜାର ପାଇଁ ଏହି ଯାନଗୁଡିକର ସେଲ୍‌ସ ଓ ସର୍ଭିସ୍‌, ଡିଜାଇନ୍ ଓ ଡେଭ୍‌ଲପ୍‌ମେଂଟ୍ କ୍ଷେତ୍ରରେ ଆମର ବିଶେଷଜ୍ଞତାକୁ ବ୍ୟବହାର କରିବାକୁ ଯୋଜନା ରଖିଛୁ । ଆମେ ଭବିଷ୍ୟତରେ ମଧ୍ୟ ଭାରତୀୟ ବଜାର ପାଇଁ ଇ-ଯାନଗୁଡିକର ଏକ ନୂତନ ଶୃଙ୍ଖଳାକୁ ଆବିଷ୍କାର କରିବୁ । ଡାଲ୍‌ମିଆ ଇ-ଭେଇକିଲ୍ ସମ୍ପୂର୍ଣ୍ଣ ରୂପେ ‘ଭାରତରେ ନିର୍ମିତ ଅଟେ ଯାହା ଦେଶ ପାଇଁ ନିର୍ଗମନ-ମୁକ୍ତ ଯାତାୟତ ସମାଧାନ ପ୍ରଦାନ କରୁଛି ।’

ଡାଲ୍‌ମିଆ ଇଲେକ୍‌ଟ୍ରିକ୍ ଭେଇକିଲ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ମିନି, କମର୍ସିଆଲ ଓ ପାସେଞ୍ଜର ବର୍ଗରେ ଏକ ବିସ୍ତୃତ ଶୃଙ୍ଖଳାର ଇଲେକ୍‌ଟ୍ରିକ୍ ଯାନଗୁଡିକ ପାଇଁ ଟେକ୍ନୋଲୋଜି ବିକଶିତ କରାଯାଇଛି ଏବଂ ଏହା ଇଲେକ୍‌ଟ୍ରିକ୍ ଭେଇକିଲ ଟେକ୍ନୋଲୋଜି କ୍ଷେତ୍ରରେ ନୂତନ ଉଦ୍ଭାବନଗୁଡିକୁ ଗ୍ରହଣ କରିବ, ମୂଲ୍ୟ-ସାପେକ୍ଷ ଡିଜାଇନ ଅନୁଭୂତିକୁ ପ୍ରୟୋଗ କରିବ ଏବଂ ଇଂଟେଲିଜେଂଟ୍ ଇଂଟରକନେକ୍ଟିଭିଟିକୁ ବ୍ୟବହାର କରିବ । ଡାଲ୍‌ମିଆ ଗ୍ରୁପ୍ ଜାନୁଆରୀ ୨୦୨୩ରେ ଇ-ଯାନଗୁଡିକର ଉତ୍ପାଦନ ଆରମ୍ଭ କରିଥିଲା ଏବଂ ପର୍ଯ୍ୟାୟକ୍ରମେ ଏହା ବୃଦ୍ଧି ପାଇବ ।

Leave a comment