କଟକ କିଶନନଗର ଆଇଆଇସି ସସ୍ପେଣ୍ଡ

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କଟକ ଜିଲ୍ଲା କିଶନନଗର ଥାନା ସମ୍ମୁଖରେ ଯୁବକଙ୍କ ଆତ୍ମାହୂତୀ ଘଟଣାରେ ନିଲମ୍ବିତ ହେଲେ ଥାନା ଆଇଆଇସି ସସ୍ମିତା ରାଣା । କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କରିଛନ୍ତି ପୋଲିସ ଡିଜି । ନିଲମ୍ବନ ସମୟରେ କେନ୍ଦ୍ରାଞ୍ଚଳ ଆଇଜିଙ୍କ ନିୟନ୍ତ୍ରଣରେ ରହିବେ ସସ୍ମିତା ।
ଉଲ୍ଲେଖଯୋଗ୍ୟ ଯେ, କଟକ ଜିଲ୍ଲା କିଶନନଗର ଥାନା ସମ୍ମୁଖରେ ଜଣେ ଯୁବକ ଦେହରେ ପେଟ୍ରୋଲ ଢାଳିବା ପରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଫଳରେ ଯୁବକଙ୍କ ଶରୀରର ପ୍ରାୟ ୯୦ଭାଗ ଜଳିଯାଇଥିଲା । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।