କଟକ ବିଏସ୍‌ଏନ୍‌ଏଲ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):କଟକ ବଜ୍ରକବାଟି ରୋଡରେ ଥିବା ବିଏସ୍‌ଏନ୍‌ଏଲ୍ ଅଫିସର ଚତୁର୍ଥ ମହଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡକୁ ଦେଖି ଅଫିସର ସମସ୍ତ କର୍ମଚାରୀ ବାହାରକୁ ପଳାଇଆସିଥିଲେ ।ତିନୋଟି ଅଗ୍ନିଶମ ବାହିନୀ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି । ଅଫିସର ସିଲିଂରେ ନିଆଁ ଶୀଘ୍ର ବ୍ୟାପିଯିବାରୁ ଅଗ୍ନିଶମ କର୍ମଚାରୀ ଭିତରକୁ ଯିବା କଷ୍ଟକର ହୋଇପଡିଥିଲା ।

ଫଳରେ ପାଞ୍ଚରୁ ସାତ ଜଣ କର୍ମଚାରୀ ଅକ୍ସିଜେନ୍‌ ନେଇ ଅଫିସ ଭିତରକୁ ଯାଇଛନ୍ତି। ନିଆଁ ଲାଗିବା ଯୋଗୁ କଟକରେ ସମସ୍ତ ବିଏସ୍‌ଏନ୍‌ଏଲ୍ ସେବା ଠପ୍ ହୋଇଛି। ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଲାଗିଥାଇ ପାରେ ବୋଲି ଅନୁମାନ କରାଯାଉଛି।

Leave a comment