ନଭେମ୍ବର ୨୭ରୁ ଐତିହାସିକ କଟକ ବାଲିଯାତ୍ରା,ଏଥର ୮ ଦିନ ଧରି ଚାଲିବ

0

ଆସନ୍ତା ନଭେମ୍ବର ୨୭ରୁ ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବ। ବାଲିଯାତ୍ରା ନେଇ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ନଭେମ୍ବର ୨୭ ତାରିଖ ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ୮ ଦିନ ଧରି ଚାଲିବ ଐତିହାସିକ ବାଲିଯାତ୍ରା।

ବିଗତ ବର୍ଷ ତୁଳନାରେ ଚଳିତ ବର୍ଷର ବାଲିଯାତ୍ରାକୁ ଅଧ‌ିକ ଚିତାକର୍ଷକ, ସୁରକ୍ଷିତ ଓ ଜନାଦୃତ କରିବା ସହ ଉତ୍ତମ ସମନ୍ଵୟ ରକ୍ଷା କରିବା ଉପରେ ଗୁରୁତ୍ବାରୋପ ପୂର୍ବକ ଚଳିତ ବାଲିଯାତ୍ରାର ପ୍ରଥମ ଆଭାସୀ ପ୍ରସ୍ତୁତି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଅଧ୍ୟକ୍ଷତା କରି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି ।

କଟକ ମହାନଗର ନିଗମ ମେୟର ସୁବାସ ଚନ୍ଦ୍ର ସିଂହ ବୈଠକରେ ଯୋଗଦେଇ ଏଭଳି ବୈଠକର ଯଥେଷ୍ଟ ଆବଶ୍ୟକତା ଥିଲା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବାଲିଯାତ୍ରାକୁ ଜାତୀୟ ଉତ୍ସବର ମାନ୍ୟତା ପ୍ରଦାନ ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଦ୍ବାରା ଅନୁରୋଧ କରିଥିଲେ । ବିଗତ ବାଲିଯାତ୍ରା ସମୟରେ ଇଣ୍ଡୋନେସିଆର ବାଲିଦ୍ୱୀପରେ ଉପସ୍ଥିତଥିବା ପ୍ରଧାନମନ୍ତ୍ରୀ କଟକ ବାଲିଯାତ୍ରାର ଅବତାରଣା କରି ଭୂୟସୀ ପ୍ରଶଂସା କରିଥିଲେ । କଟକ ମହାନଗର ନିଗମ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ‘କାଗଜ ଡଙ୍ଗା ତିଆରି କାର୍ୟ୍ୟକ୍ରମ’ ଗିନିଜ୍ ବୁକ୍ ଅଫ ୱାଲ୍ଡ ରେକର୍ଡରେ ସ୍ଥାନୀତ ହୋଇଥିବା ଏବଂ କଟକ ମହାନଗର ନିଗମର ଆୟୁକ୍ତ ନିଖିଲ ପୱନ କଲ୍ୟାଣ ବାଲିଯାତ୍ରା ସମ୍ବନ୍ଧିତ ସମସ୍ତ କାର୍ଯ୍ୟକୁ ସୁଚାରୂରୂପେ ପରିଚାଳନା କରିବା, ଏକ ଆନନ୍ଦର ବିଷୟ । ଚଳିତ ବାଲିଯାତ୍ରାକୁ ଅଧିକରୁ ଅଧ‌ିକ ଆକର୍ଷଣୀୟ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ ।

Leave a comment