ଆଇସିୟୁରୁ ଅପରାଧୀ ଫେରାର
ଓଡିଶା ଫାଷ୍ଟ(ବ୍ୟୁରୋ): ଆଇସିୟୁରେ ଚିକିତ୍ସାଧୀନ ଅଭିଯୁକ୍ତ ଫେରାର ହୋଇଯାଇଛି। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍ ପକ୍ଷରୁ ଖୋଳତାଡ଼ ଚାଲିଛି। ଅଭିଯୁକ୍ତ ଜଣକ ହେଉଛି ଆଲୋକ କୁମାର ସାହୁ(୨୨)।ଗତ୪ ତାରିଖରେ ରଘୁନାଥପୁରର ଏକ ମଦ ଦୋକାନରୁ ଚୋରି ଅଭିଯୋଗରେ ପଚରାଉଚରା ପାଇଁ ଆଲୋକକୁ ଥାନାକୁ ଆଣିଥିଲା ପୁଲିସ୍ । କିନ୍ତୁ ସେଠାରେ ଶୌଚାଳୟକୁ ଯାଇଥିବା ବେଳେ ସେ ଫିନାଇଲ ପିଇ ଦେଇଥିଲା ।
ସୂଚନା ଅନୁଯାୟୀ, ଗୁରୁତର ଅବସ୍ଥାରେ ପ୍ରଥମେ ଆଲୋକକୁ ରଘୁନାଥପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସେ ଆଇସିୟୁରେ ଚିକିତ୍ସାଧୀନ ଥିବା ବେଳେ ରଘୁନାଥପୁର ଥାନାର ୨ କର୍ମଚାରୀ ଜଗି ରହିଥିଲେ । ସେଠାରୁ ସେ ଫେରାର ହୋଇଯାଇଛି ।