ରାଜ୍ୟରୁ ଆଜି ୬୧୧୮ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର (ଓଡ଼ିଶାଫାଷ୍ଟ ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୩୯୭ ପଜିଟିଭି ଥିବା ବେଳେ ୨୬୨୨ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୩୨୨୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୭୯୬ ସଂକ୍ରମିତ । ସେହିଭଳି କଟକରୁ ୫୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୪୦୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୩୩୫, ବାଲେଶ୍ୱରରୁ ୨୮୬, ବରଗଡ଼ ୧୨୨, ଭଦ୍ରକ ୨୬୨, ବଲାଙ୍ଗୀର ୬୬ , ବେ?ଦ୍ଧ ୭୯, କଟକ ୫୩୧, ଦେବଗଡ଼ ୨୪, ଢେଙ୍କାନାଳ ୨୯୧, ଗଜପତି ୩୪, ଗଞ୍ଜାମ ୭୩, ଜଗତସିଂହପୁର ୧୯୬, ଯାଜପୁର ୪୦୬, ଝାରସୁଗୁଡ଼ା ୪୧, କଳାହାଣ୍ଡି ୭୦ , କନ୍ଧମାଳ ୭୬, କେନ୍ଦ୍ରାପଡ଼ା ୨୧୮, କେନ୍ଦୁଝର ୧୨୦, କୋରାପୁଟ ୧୪୨, ମାଲକାନଗିରି ୮୫ , ମୟୂରଭଞ୍ଜ ୩୩୩, ନବରଙ୍ଗପୁର ୧୫୧, ନୟାଗଡ଼ ୧୯୧, ନୂଆପଡ଼ା ୨୩, ପୁରୀ ୩୨୪, ରାୟଗଡ଼ା ୧୦୮, ସମ୍ୱଲପୁର ୧୩୧, ସୋନପୁର ୬୫, ସୁନ୍ଦରଗଡ଼ ୨୮୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।