ସାମନ୍ତରାପୁରରେ ମିଠା ଦୋକାନୀଙ୍କୁ ହତ୍ୟା ଘଟଣା: ଆଉ ୨ଜଣଙ୍କୁ ଗିରଫ କଲା କମିସନରେଟ୍ ପୁଲିସ୍‌‌

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାମନ୍ତରାପୁରରେ ମିଠା ଦୋକାନୀ ପ୍ରଭାକର ସାହୁ ଓରଫ ଜମ୍ବୁକୁ ହାଣି ହତ୍ୟା ଘଟଣାରେ କମିସନରେଟ୍‌ ପୁଲିସ୍‌ର ସ୍ପେସାଲ ସ୍କ୍ବାଡ୍‌ ଆଉ ୨ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ଏଦୁହେଁ ସୁପାରି କିଲର୍ ବୋଲି କୁହାଯାଉଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୮ଜଣଙ୍କୁ ଗିରଫ କରିସାରିଲାଣି ପୁଲିସ୍। ଏହି ଘଟଣାରେ ଆଗରୁ ୬ଜଣଙ୍କୁ ଗିରଫ କରାଯାଇଥିଲା।
ସୂଚନାଯୋଗ୍ୟ, ସୁପାରି କିଲର୍‌ଙ୍କ ସନ୍ଧାନରେ କମିସନରେଟ୍‌ ପୁଲିସ୍‌ର ସ୍ପେସାଲ ସ୍କ୍ବାଡ୍‌ ବ୍ରହ୍ମପୁରରେ ପହଞ୍ଚିଥିଲା। ସ୍କ୍ବାଡ୍‌ର ଦୁଇଟି ଟିମ୍‌ ସ୍ଥାନୀୟ ପୁଲିସ୍‌ ସହାୟତାରେ ଅପରାଧୀମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଥିଲା। ସୁପାରି କିଲର ଦୁଇଜଣ ନୁହନ୍ତି, ବରଂ ୩ଜଣ ବୋଲି ଜଣାପଡ଼ିଥିଲା। ଜଣେ ମାଷ୍ଟରମାଇଣ୍ଡ ଥିବା ବେଳେ ଅନ୍ୟ ଦୁଇଜଣ ତା’ ପାଇଁ କାମ କରନ୍ତି ବୋଲି ପୁଲିସ୍ ଜାଣିବାକୁ ପାଇଥିଲା। ପୂର୍ବରୁ ରାଜ୍ୟ ବାହାରେ ମଧ୍ୟ ସେମାନେ ପଇସା ନେଇ ହତ୍ୟା‌କାଣ୍ଡ କରୁଥିବା ପୁଲିସ୍‌ ସୁରାକ୍‌ ପାଇଥିଲା। ଭୁବନେଶ୍ବର, ପୁରୀ, ବ୍ରହ୍ମପୁର ଜିଲ୍ଲା ସମେତ ଝାଡ଼ଖଣ୍ଡରେ ମଧ୍ୟ ଏହି ଗୋଷ୍ଠୀ ଏଭଳି କାଣ୍ଡ ଘଟାଉଥିବା ଜଣାପଡ଼ିଥିଲା।

Leave a comment