ପୂର୍ବାଞ୍ଚଳ କାଉନ୍ସିଲ୍ ବୈଠକ: କୋଇଲା ରୟାଲ୍ଟି ସଂଶୋଧନ ଦାବି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକ ଆରମ୍ଭ ହୋଇଯାଇଛି । ବୈଠକରେ ୪ଟି ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତୀୟ ସଂହତି ଓ ରାଜ୍ୟ-ରାଜ୍ୟ, କେନ୍ଦ୍ର-ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରାଯିବା ଏହି ବୈଠକର ମୂଳ ଲକ୍ଷ୍ୟ ରହିଛି ।
ପୂର୍ବାଞ୍ଚଳ ପରିଷଦରେ ଥିବା ଏହି ୪ ରାଜ୍ୟ, ଦେଶର ଖଣିଜ ସମ୍ପତ୍ତିରେ ଅଧିକ ଅବଦାନ ଥିବାରୁ ଏହି ରାଜ୍ୟକୁ ଅଧିକ ଅନୁଦାନ ମିଳିବ ଆବଶ୍ୟକ । ୨୦୧୨ରୁ କୋଇଲା ରାୟଲଟି ସଂଶୋଧନ ହୋଇନାହିଁ । ଏବେ ଏହା ସଂଶୋଧନ ହେବାର ଜରୁରୀ ବୋଲି କହିଛନ୍ତି ନବୀନ । କ୍ଲିନ୍ ଏନର୍ଜୀ ସେସ୍, ରାଜ୍ୟଗୁଡିକୁ ଦେବା ଦରକାର । ଭିତ୍ତିଭୂମି ଉନ୍ନୟନ କ୍ଷେତ୍ରରେ ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ୍ ପାଇଁ ଦାବି କରିଛନ୍ତି ନବୀନ ।