ଭାରତରେ କରୋନାଭାଇରସ୍: ୧୪୬୬ ଆକ୍ରାନ୍ତ ଓ ୩୮ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏପ୍ରିଲ୍ ୧ ତାରିଖ ସକାଳ ୯ଟା ସୁଦ୍ଧା ସମଗ୍ର ଦେଶରେ ୧୪୬୬ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଜଣାପଡ଼ିଥିବା ବେଳେ ୩୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି ।
ସୂଚନାଯୋଗ୍ୟ,ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ମହାରାଷ୍ଟ୍ରରେ ୯ଜଣ, ଗୁଜରାଟରେ ୬ଜଣ, କର୍ଣ୍ଣାଟକରେ ୩ଜଣ, ବିହାରରେ ୧ଜଣ, ଦିଲ୍ଲୀରେ ୨ଜଣ, ହିମାଚଳ ପ୍ରଦେଶରେ ଜଣେ, ଜମ୍ମୁ ଓ କଶ୍ମୀରରେ ୨ଜଣ, କେରଳରେ ୨ଜଣ, ମଧ୍ୟପ୍ରଦେଶରେ ୩ଜଣ, ପଞ୍ଜାବରେ ୩ଜଣ, ତାମିଲନାଡୁରେ ୧ଜଣ, ତେଲେଙ୍ଗାନାରେ ୩ ଜଣ ଏବଂ ପଶ୍ଚିମବଙ୍ଗରେ ୨ଜଣ ।
ଏହାଛଡ଼ା ଭାତରରେ ଅଧିକ କରୋନାଭାଇରସ୍ ସଂକ୍ରମଣ ହୋଇଥିବା ୯ଟି ଅଞ୍ଚଳକୁ ସରକାର ହଟସ୍ପଟ୍ ଭାବେ ଘୋଷଣା କରିଛନ୍ତି ।