ଜାନୁଆରୀରୁ ଭାରତରେ ଆରମ୍ଭ ହେବ କୋଭିଡ-୧୯ ଟିକାକରଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାନୁଆରୀ ମାସରେ ଭାରତୀୟମାନଙ୍କୁ କୋଭିଡ-୧୯ ଟିକା ଦିଆଯିବ ବୋଲି ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ କହିଛନ୍ତି। ଏଥିସହିତ ସେ କହିଥିଲେ କି, କୋଭିଡ-୧୯ ଟିକା ଏବଂ ଅନୁସନ୍ଧାନରେ ଭାରତ କୌଣସି ଦେଶଠାରୁ କମ ନୁହେଁ। ଟିକାର ନିରାପତ୍ତା ଏବଂ କାର୍ଯ୍ୟକାରିତା ଆମର ପ୍ରଥମ ପ୍ରାଥମିକତା। ଏ ନେଇ ଆମ ବିଶେଷଙ୍କମାନେ ଗମ୍ଭୀରତାର ସହ ଗବେଷଣା ଜାରି ରଖିଛନ୍ତି ବୋଲି କହିଛନ୍ତି ହର୍ଷ ବର୍ଦ୍ଧନ।
ସେ ଆହୁରି କହିଛନ୍ତି, ଆମ ଦେଶର ବୈଜ୍ଞାନିକ ତଥା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସ୍ବଦେଶୀ ଟିକାର ବିକାଶ କ୍ଷେତ୍ରରେ କାମ କରି ଆସୁଛନ୍ତି। ଦେଶରେ ବ୍ୟାପକ ଟିକାକରଣ ଆବଶ୍ୟକତା ଥିବା ଦର୍ଶାଇ ପ୍ରାୟ ୩୦ କୋଟି ଲୋକଙ୍କ ପାଇଁ ପ୍ରାଥମିକତା ଭିତ୍ତିରେ ଟିକା ଜରୁରୀ ବୋଲି ହର୍ଷବର୍ଦ୍ଧନ କହିଥିଲେ। ଏପର୍ଯ୍ୟନ୍ତ ୬ଟି ଟିକା କ୍ଲିନିକାଲ ଟ୍ରାଏଲ ରହିଥିବା ବେଳେ ପ୍ରି-କ୍ଲିନିକାଲ ପର୍ଯ୍ୟାୟରେ ୩ଟି ଟିକା ରହିଛି। କରୋନା ବିରୋଧରେ ଜଣେ ବ୍ୟକ୍ତିଙ୍କୁ ୨-୩ଟି ଟିକା ଦିଆଯିବ। ଏହା ସହିତ ଟିକାକରଣ ପରେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ କୋଭିଡ ନିୟମ ମାନିବାକୁ ପଡିବ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ। ବିଶ୍ବର ପ୍ରଥମ ଦେଶ ଭାବରେ ବ୍ରିଟେନରେ ଡିସେମ୍ବର ୨ ତାରିଖରେ ଫାଇଜର ଏବଂ ବାୟୋଟେକ ବ୍ୟବହାରକୁ ଅନୁମତି ମିଳିଥିଲା।
ଜାନୁଆରୀରୁ ଭାରତରେ ଆରମ୍ଭ ହେବ କୋଭିଡ-୧୯ ଟିକାକରଣ। ଏନେଇ ଟ୍ୱିଟ୍ ଜରିଆରେ ଖୁସି ବ୍ୟକ୍ତ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ।

Leave a comment