ସାମ୍ବାଦିକଙ୍କର ହେବ କରୋନା ଟେଷ୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ଯୁଦ୍ଧରେ ଦିନରାତି କାର୍ଯ୍ୟରତ
ଫିଲ୍ଡ ସାମ୍ବାଦିକ ମାନଙ୍କର କୋଭିଡ-୧୯ ପରୀକ୍ଷଣ କରାଇବେ ସରକାର। ଆସନ୍ତାକାଲି ୟୁନିଟ-୧ ଅନ୍ତର୍ଗତ ସରକାରୀ ବାଳିକାଉଚ୍ଚ ବିଦ୍ୟାଳୟରେ ଟେଷ୍ଟ ହେବ। ସକାଳ ୮ରୁ ଅପରାହ୍ନ ୧ ପର୍ଯ୍ୟନ୍ତ କୋଭିଡ-୧୯ ପରୀକ୍ଷଣ ହେବବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ମାର୍ଚ୍ଚ୨୨ ତାରିଖରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକଡାଉନ ଘୋଷଣାପରେ ଦେଶବାସୀଙ୍କୁ ଘରେ ରହିବାକୁ କୁହା ଯାଉଥିବାବେଳେ ନିଜ ଜୀବନ କୁ ବାଜି ଲଗେଇ ଯେଉଁ ଯୋଦ୍ଧା ମନେ ପଦାକୁ ଗୋଡ କାଢ଼ିଛନ୍ତି ସେମାନଙ୍କ ମଧ୍ୟରୁ ସାମ୍ବାଦିକ ହେଉଛନ୍ତି ଅନ୍ୟତମ। ସେମାନଙ୍କ ଜୀବନ ର ମୂଲ୍ୟବୋଧ କୁ ଗୁରୁତ୍ୱ ଦେଇ ଆସନ୍ତାକାଲି ସାମ୍ବାଦିକଙ୍କ କରୋନା ପରୀକ୍ଷା କରାଯିବ ।

Leave a comment