ଆଜି ଠାରୁ ଭୁବନେଶ୍ୱରରେ ନମୂନା ସଂଗ୍ରହ ଆରମ୍ଭ, ୧୩ ଟି ଟିମ ଗଠନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମୁକାବିଲା ନିମନ୍ତେ ଆଜି ଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ନମୂନା ସଂଗ୍ରହ ପ୍ରକ୍ରିୟା। ଏଥିପାଇଁ ବିଏମ୍‌ସି ପକ୍ଷରୁ ୧୩ଟି ଟିମ୍ ଗଠନ କରାଯାଇଛି। ଏହି ଟିମ୍‌ରେ ଡାକ୍ତର, ଶିକ୍ଷକ, ପୁଲିସ୍ ଓ ପରିମଳ କର୍ମଚାରୀ ସାମିଲ ହୋଇଛନ୍ତି। ଏହି ୧୩ଟି ଟିମ୍ ଦୁଇଟି ସିଫ୍ଟରେ ସାମ୍ପଲ ସଂଗ୍ରହ କରିବେ। ପ୍ରଥମ ସିଫ୍ଟରେ ସକାଳ ୮ଟାରୁ ଦିନ ୧୧ଟା ଯାଏ ନମୂନା ସଂଗ୍ରହ କରାଯିବ। ସେହିପରି ଦ୍ୱିତୀୟ ସିଫ୍ଟରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନମୂନା ସଂଗ୍ରହ କରାଯିବ।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ୭ ଦିନରେ ୫୦୦୦ ନମୂନା ଟେଷ୍ଟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଗତକାଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଭୁବନେଶ୍ୱର କରୋନାର ହଟ୍‌ସ୍ପଟ୍ ଭାବେ ଚିହ୍ନଟ ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Leave a comment